ରାଜ୍ୟରେ ଆଉ ୫,୮୯୬ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ମଙ୍ଗଳବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୫ହଜାର ୮୯୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩ହଜାର ୩୩୨ ଓ ସ୍ଥାନୀୟ ଅଞ୍ଚଳରୁ ୨ହଜାର ୫୬୪ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୨୫ହଜାର ୧୧୦କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୩୮୫ଜଣ ଥିବାବେଳେ ବାଲେଶ୍ୱରରୁ ୩୭୩ଜଣ, ବରଗଡ଼ରୁ ୯୯ଜଣ, ଭଦ୍ରକରୁ ୩୭୦ଜଣ, ବଲାଙ୍ଗୀରରୁ ୭୭ଜଣ, ବୌଦ୍ଧରୁ ୭୩ଜଣ, କଟକରୁ ୩୪୯ଜଣ, ଦେଓଗଡ଼ରୁ ୨୨ଜଣ, ଢେଙ୍କାନାଳରୁ ୩୦୬ଜଣ, ଗଜପତିରୁ ୪୪ଜଣ, ଗଞ୍ଜାମରୁ ୩୫ଜଣ, ଜଗତସିଂହପୁରରୁ ୨୩୨ଜଣ, ଯାଜପୁରରୁ ୪୧୩ଜଣ, ଝାରସୁଗୁଡ଼ାରୁ ୫୪ଜଣ, କଳାହାଣ୍ଡିରୁ ୫୩ଜଣ, କନ୍ଧମାଳରୁ ୬୫ଜଣ, କେନ୍ଦ୍ରାପଡ଼ାରୁ ୨୩୫ଜଣ, କେନ୍ଦୁଝରରୁ ୧୩୦ଜଣ, ଖୋର୍ଦ୍ଧାରୁ ୮୫୩ଜଣ, କୋରାପୁଟରୁ ୧୨୯ଜଣ, ମାଲକାନଗିରିରୁ ୧୧୬ଜଣ, ମୟୁରଭଞ୍ଜରୁ ୨୬୧ଜଣ, ନବରଙ୍ଗପୁରରୁ ୧୭୪ଜଣ, ନୟାଗଡ଼ରୁ ୧୭୭ଜଣ, ନୂଆପଡ଼ାରୁ ୩୭ଜଣ, ପୁରୀରୁ ୨୪୧ଜଣ, ରାୟଗଡ଼ାରୁ ୧୬୬ଜଣ, ସମ୍ବଲପୁରରୁ ୯୨ଜଣ, ସୋନପୁରରୁ ୭୭ଜଣ, ସୁନ୍ଦରଗଡ଼ରୁ ୧୧୩ଜଣ ଏବଂ ରାଜ୍ୟ ପୁଲ୍ରୁ ୧୪୫ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୮,୨୫,୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭,୪୭,୮୦୫ ଜଣ ସୁସ୍ଥ ହୋଇଥିବା ବେଳେ ୭୪ହଜାର ୧୭୨ଜଣ ସକ୍ରିୟ ମାମଲା ରହିଛି ।