୧୮ ଫୁଟ୍ର ବାଇକ୍
ଚିନ୍ର ୟାଲି ଝାଙ୍ଗ୍ ହେଉଛନ୍ତି ଜଣେ ସାଧାରଣ ମୋଟର ମେକାନିକ୍ । ତାଙ୍କର ଏକମାତ୍ର ପୁଅ ଘରଠାରୁ ହଜାରେ କିଲୋମିଟର ଦୂରରେ ରହି ଆନିମେସନ୍ ଶିକ୍ଷା କରୁଛି । ପୁଅକୁ ଉପହାର ମାଧ୍ୟମରେ ଉତ୍ସାହିତ କରିବା ଲାଗି ୩ ମାସ ପରିଶ୍ରମ କରି ନିଜ ହାତରେ ୟାଲି ଗଢ଼ିଛନ୍ତି ଏକ ବିରାଟ ମୋଟର ବାଇକ୍ । ବାଇକ୍ଟିର ଦୈର୍ଘ୍ୟ ୧୮ଫୁଟ୍ ଏବଂ ଉଚ୍ଚତା ୧୦ ଫୁଟ୍ । ବଜାରେ ମିଳୁଥିବା କୌଣସି ବାଇକ୍ର ଯନ୍ତ୍ରାଂଶ ସେଥିରେ ଲାଗିନାହିଁ । ଟ୍ରକ୍, ବସ୍ ଏବଂ ଏକ୍ସକାଭେଟର୍ ଆଦିର ପୁରୁଣା ଯନ୍ତ୍ରାଂଶ ସାହାଯ୍ୟରେ ସେଇଟିକୁ ଗଢ଼ିଛନ୍ତି ୟାଲି । ସେଇଟି ପିଛା ସେ ଖର୍ଚ୍ଚ କରିଛନ୍ତି ୩୮୮୮ ଡଲାର । ଭାରତୀୟ ମୁଦ୍ରାରେ ହେବ ପ୍ରାୟ ୧ଲକ୍ଷ ୬୫ହଜାର ଟଙ୍କା । ଉଲ୍ଲେଖନୀୟ ଯେ, ବାଇକ୍ ତିଆରି ପାଇଁ ତାଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଥିଲା । ସେ ଜଣେ ଅତି ସାଧାରଣ ପେସାଦାର । ସଂଚିତ ଅର୍ଥକୁ ବାଇକ୍ ତିଆରିରେ ଲଗାଇଥିବାରୁ ତାଙ୍କ ପତ୍ନୀ ଅସନ୍ତୁଷ୍ଟ । ଉପହାରଟିକୁ ପୁଅ ପାଖରେ ପହଂଚାଇବା ନିମନ୍ତେ ସେ ଏବେ ଯାତ୍ରା ଆରମ୍ଭ କରିଛନ୍ତି । ବାଇକ୍ରେ ମୋଟ ୮ଜଣ ବସିପାରିବେ । ସାତଜଣ ଯୁବକ ତାଙ୍କ ସହ ଯାତ୍ରା କରୁଛନ୍ତି ।