ଦିବ୍ୟ ଜୀବନ ସଂଘ କୋଦଳା ଶାଖା ପକ୍ଷରୁ ମେଗା ରକ୍ତଦାନ ଶିବିର
ଗଞ୍ଜାମ : କୋଦଳା ଦଣ୍ଡିଶ୍ୱର ମନ୍ଦିର ନିକଟସ୍ଥ ଦିବ୍ଯ ଜୀବନ ସଂଘର ଶାଖା କାର୍ଯ୍ୟାଳୟ ଠାରେ ଗୁରୁବାର ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ସ୍ୱେଚ୍ଛାକୃତ ଭାବେ ଅଂଚଳର ବହୁ ଯୁବକ ରକ୍ତଦାନ କରିଥିଲେ । ଦେଶରେ ରକ୍ତ ସଂକଟର ଘୋର ଅଭାବକୁ ଆଖି ଆଗରେ ରଖି ରକ୍ତଦାନ ଶିବିର ଆୟୋଜନ କରି ଆମେ ସେ ସଂକଟକୁ ଦୂର କରିବା ପାଇଁ ଚେଷ୍ଟା କରୁଛୁ ବୋଲି କହିଛନ୍ତି ବିପଦର ବନ୍ଧୁ ସଂଗଠନର ମୁଖପାତ୍ର ଚିନ୍ମୟ କୁମାର ପଲାଇ । ସତ ଜୀବନ ନିର୍ବାହ ପାଇଁ ଦିବ୍ୟ ଜୀବନ ସଂଘ ପ୍ରତିଷ୍ଠା ଏବଂ ସେବା, ପ୍ରେମ, ଦାନ, ପବିତ୍ରତା ଓ ଧ୍ୟାନ ଦ୍ୱାରା ସମାଜର ସେବା କରିହେବ । କୋଦଳା ଦିବ୍ଯ ଜୀବନ ସଂଘର ଶାଖାରେ ଆଗରୁ ମଧ୍ୟ ଅନେକ ଏଭଳି ସେବା କାର୍ଯ୍ୟ ହୋଇଛି । ଆଜି ରକ୍ତଦାନ ଶିବିର କରି ଲୋକଙ୍କ ସେବା କରିବାର ସୁଯୋଗ ପାଇଛୁ ବୋଲି କହିଛନ୍ତି ସଂଘର ମହିଳା ସଦସ୍ୟା ମିତାରାଣୀ ପାତ୍ର । ସଂଘ ଶାଖାର ସଭାପତି ଗୋପବନ୍ଧୁ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିପଦର ବନ୍ଧୁ ସଂଗଠନର ସହଯୋଗ ଯୋଗୁଁ ଏଭଳି ସେବା କାର୍ଯ୍ୟକ୍ରମ ସଫଳ ହୋଇଥିବା କହିଛନ୍ତି ସଭାପତି । ଆଖପାଖ ଅଞ୍ଚଳରୁ ଶତାଧିକ ଯୁବକ ଉକ୍ତ ରକ୍ତଦାନ ଶିବିରରେ ଉପସ୍ଥିତ ରହି ରକ୍ତଦାନ କରିଥିବା ବେଳେ ପାଖାପାଖି ୨୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି ।