ଯୋଡ଼ି ହୋଇଥିବା ଭ୍ରୂଲତାକୁ ନେଇ ସମୁଦ୍ର ଶାସ୍ତ୍ରରେ କ’ଣ ଉଲ୍ଲେଖ ରହିଛି ଜାଣନ୍ତୁ
ସମୁଦ୍ର ଶାସ୍ତ୍ର ଅନୁଯାୟୀ, ମନୁଷ୍ୟର ପ୍ରକୃତି ଏବଂ ବ୍ୟକ୍ତିତ୍ୱର ଅନେକ ରହସ୍ୟ ତାଙ୍କ ଆଖିକୁ ଦେଖିଲେ ଜଣାପଡ଼ିଯାଇଥାଏ । ଏବଂ ଭ୍ରୂଲତାରୁ ଏହା ଜଣାପଡ଼ିଥାଏଯେ, ଜଣେ କେତେ ଭାଗ୍ୟଶାଳୀ । କିଛି ଲୋକଙ୍କ ଭ୍ରୂଲତା ଯୋଡି ହୋଇଥାଏ । ଏବଂ କାହାର ଛଡା ଛଡା ଥାଏ । ଏହିଭଳି ଭ୍ରୂଲତା ଦେଖିବାକୁ ସୁନ୍ଦର ଲାଗେ ।
କିନ୍ତୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯୋଡି ହୋଇଥିବା ଭ୍ରୂଲତାର ଖାସ ଅର୍ଥ ରହିଛି । ତେବେ ଆସନ୍ତୁ ଜାଣିବା ଯୋଡି ହୋଇଥିବା ଭ୍ରୂଲତା ଶୁଭ ନା ଅଶୁଭ ହୋଇଥାଏ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳାମାନଙ୍କ ଭ୍ରୂଲତା ଯୋଡି ହୋଇଥାଏ ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । କହିବାକୁ ଗଲେ ଚାଣକ୍ୟଙ୍କ ଭଳି ଚତୁର ହୋଇଥାନ୍ତି । ଏମାନେ ନିଜର ସବୁ କାମ ବୁଝି ବିଚାରି କରନ୍ତି । ଯେଉଁ କାର୍ଯ୍ୟରେ ହାତ ଦିଅନ୍ତି, ସେଥିରେ ସଫଳତା ପାଆନ୍ତି । ସ୍ୱଭାବରେ ଏମାନେ ବହୁତ ପରିଶ୍ରମି ଏବଂ ସଚ୍ଚୋଟ ହୋଇଥାନ୍ତି । କଠିନ ପରିଶ୍ରମ କରି ଏମାନେ ଶୀଘ୍ର ସଫଳତା ହାସଲ କରିଥାନ୍ତି । ଏମାନେ ନିଜ ବ୍ୟକ୍ତିଗତ ରହସ୍ୟ କାହା ସହ ସେୟାର କରିବାକୁ ପସନ୍ଦ କରନ୍ତିନି। କେବଳ ଘନିଷ୍ଠଙ୍କ ସହ ଏମାନେ ନିଜ କଥା ସେୟାର କରିଥାନ୍ତି ।
ଏମାନଙ୍କୁ କୌଣସି କାମ ପାଇଁ ଅଧିକ ସଂଘର୍ଷ କରିବାକୁ ପଡ଼ିନଥାଏ । ଏମାନେ ପରୋପକାରୀ ହୋଇଥାନ୍ତି । ଯେଉଁମାନଙ୍କ ଭ୍ରୂଲତା ଯୋଡି ହୋଇଥାଏ ସେମାନେ ଧୈର୍ଯ୍ୟବାନ ଓ ସଂଯମଶୀଳ ହୋଇଥାନ୍ତି । କୌଣସି କଥା ମନରେ ନ ରଖି ସାମ୍ନା ସମଣୀ କହିଦେବାକୁ ପସନ୍ଦ କରନ୍ତି । ଏମାନେ ବହୁ ସମୟରେ କାଳ୍ପନିକ ଦୁନିଆରେ ମଜ୍ଜି ଯାଇଥାନ୍ତି । ଲୋକେ ତାଙ୍କ ବିଷୟରେ କଣ ଭାବନ୍ତି ସେନେଇ ଏମାନଙ୍କୁ କିଛି ଫରକ ପଡ଼େନି । ଏମାନେ ଭାଗ୍ୟଶାଳୀ ହୋଇଥାନ୍ତି କିନ୍ତୁ ଲଭ ଲାଇଫରେ ଏମାନଙ୍କୁ ସମସ୍ୟା ସମ୍ମୁଖୀନ ହେବାକୁ ପଡିଥାଏ । ଏମାନଙ୍କୁ ବୈବାହିକ ଜୀବନରେ ମଧ୍ୟ ନାନା ଅସୁବିଧା ସମ୍ମୁଖୀନ ହେବାକୁ ପଡିଥାଏ ।
ଯେଉଁ ମହିଳାମାନଙ୍କ ଭ୍ରୂଲତା ଯୋଡି ହୋଇଥାଏ ସେମାନେ ରହସ୍ୟମୟୀ ହୋଇଥାନ୍ତି। ଏମାନେ ନିଜ ବ୍ୟକ୍ତିଗତ ରହସ୍ୟ କାହା ସହ ସେୟାର କରିବାକୁ ପସନ୍ଦ କରନ୍ତିନି। କେବଳ ଘନିଷ୍ଠଙ୍କ ସହ ଏମାନେ ନିଜ କଥା ସେୟାର କରିଥାନ୍ତି। ଏହିଭଳି ମହିଳା ରଚନାତ୍ମକ କ୍ଷମତାର ମାଲିକ ହୋଇଥାନ୍ତି। ସେଥିପାଇଁ ଏମାନେ ସବୁ କାମ ଉତ୍ତମ ତରିକାରେ କରିବାକୁ ସକ୍ଷମ ହୋଇଥାନ୍ତି। ଯେଉଁମାନଙ୍କ ଭ୍ରୂଲତା ଯୋଡି ହୋଇଥାଏ ସେମାନେ ଧୈର୍ଯ୍ୟବାନ ଓ ସଂଯମଶୀଳ ହୋଇଥାନ୍ତି। କୌଣସି କଥା ମନରେ ନ ରଖି ସାମ୍ନା ସମଣୀ କହିଦେବାକୁ ପସନ୍ଦ କରନ୍ତି। ଏମାନେ ବହୁ ସମୟରେ କାଳ୍ପନିକ ଦୁନିଆରେ ମଜ୍ଜି ଯାଇଥାନ୍ତି। ଲୋକେ ତାଙ୍କ ବିଷୟରେ କଣ ଭାବନ୍ତି ସେନେଇ ଏମାନଙ୍କୁ କିଛି ଫରକ ପଡ଼େନି।
ଯୋଡି ହୋଇଥିବା ଭୁଲତା ଥିବା ମହିଳା ପରିଶ୍ରମୀ ସହ ଭାଗ୍ୟଶାଳୀ ମଧ୍ୟ। ଏମାନଙ୍କୁ କୌଣସି କାମ ପାଇଁ ଅଧିକ ସଂଘର୍ଷ କରିବାକୁ ପଡ଼ିନଥାଏ। ଏମାନେ କୌଣସି ସ୍ୱାର୍ଥ ବିନା ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି। ପରିବାର, ବନ୍ଧୁଙ୍କ ସହ ଏମାନଙ୍କର ଭଲ ପଡେ। ଏମାନେ ଭାଗ୍ୟଶାଳୀ ହୋଇଥାନ୍ତି କିନ୍ତୁ ଲଭ ଲାଇଫରେ ଏମାନଙ୍କୁ ସମସ୍ୟା ସମ୍ମୁଖୀନ ହେବାକୁ ପଡିଥାଏ। ଏମାନଙ୍କୁ ବୈବାହିକ ଜୀବନରେ ମଧ୍ୟ ନାନା ଅସୁବିଧା ସମ୍ମୁଖୀନ ହେବାକୁ ପଡିଥାଏ।