ଭଦ୍ରକରେ ଦୁଇଦିନିଆ ଜିଲାସ୍ତରୀୟ ନିଯୁକ୍ତି ମେଳା ଉଦ୍ଯାପିତ, ୨୪୩୩ ନାମ ପଞ୍ଜିକୃତ
ଭଦ୍ରକ : ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଆରମ୍ଭ ହୋଇଥିôବା ଦୁଇ ଦିନିଆ ନିଯୁକ୍ତି ମେଳାରେ ଶେଷ ହୋଇଛି । ଜିଲାର ୭ଟି ବ୍ଲକ ଓ ଅନ୍ୟ ଜିଲାର ବେକାରୀମାନଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏହି ମେଳାରେ ସମୁଦାୟ ୨୪୩୩ ଜଣ ନାମ ପଞ୍ଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ କାଉନ୍ସେଲିଂରେ ୧୭୧୭ଜଣ ଅଂଶ ଗ୍ରହଣ କରିଥିଲେ । ନିଯୁକ୍ତି ପାଇଁ ଆବଶ୍ୟକ ପରୀକ୍ଷା ପାଇଁ ୮୮୬ ଜଣ ପିଲାଙ୍କ ନାମ ତାଲିକା ଭୁକ୍ତ କରାଯାଇଥିଲା ଏବଂ ତାଲିମ୍ ଗ୍ରହଣ ପାଇ ୯୬୪ଜଣ ପିଲାଙ୍କୁ ଗ୍ରହଣ କରାଯାଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ ଭଦ୍ରକ ବ୍ଲକ ରୁ ୧ମ ଦିନରେ ୭୩୪ ଏବଂ ଦିତୀୟ ଦିନରେ ୩୭୭ ସମୁଦାୟ ୧୧୧୧ଜଣ, ସେହିପରି ତିହିଡ଼ି ବ୍ଲକରୁ ଯଥାକ୍ରମେ ୩୧୭ , ୨୨ ସମୁଦାୟ ୩୩୯, ଚାନ୍ଦବାଲିରୁ ୧୭୨ , ୨୧ ସମୁଦାୟ ୧୯୩, ବାସୁଦେବପୁର ରୁ ୧୦୨ , ୨୫ ସମୁଦାୟ ୧୨୭, ବନ୍ତରୁ ୧୦ , ୧୮୦ ସମୁଦାୟ ୧୯୦, ଭଣ୍ଡାରିପୋଖରୀ ରୁ ୧୪ , ୧୨୦ ସମୁଦାୟ ୧୩୪, ଧାମନଗରରୁ ୭,୨୦୨ ସମୁଦାୟ ୨୦୯ ଏବଂ ଅନ୍ୟ ଜିଲ୍ଲାରୁ ୭୦, ୬୦ ସମୁଦାୟ ୧୩୦, ୧ମ ଦିନରେ ୧୪୨୬ ଏବଂ ୨ୟ ଦିନରେ ୧୦୦୭, ଦୁଇ ଦିନରେ ସମୁଦାୟ ୨୪୩୩ ଜଣ ନାମ ପଞ୍ଜିକୃତ କରିଛନ୍ତି । ୧ମ ଦିନରେ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ସମ୍ମାନିତ ଅତିଥିଭାବେ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ଏବଂ ଉଦ୍ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ସମ୍ମାନିତ ଅତିଥିଭାବେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଯୋଗ ଦେଇ ଏହି ମେଳାର ଆଭିମୁଖ୍ୟ ଓ ଏହି ମେଳାର ବେକାରୀ ଯୁବକ ଯୁବତୀମାନଙ୍କ ପାଇଁ କିପରି ଅପୂର୍ବ ସୁଯୋଗ ସେ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ ଅଜୟ କୁମାର ଦାଶଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଏହି ମେଳାର ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ମେଳାରେ ପ୍ରାୟ ବେକାରୀ ପିଲାଙ୍କ ପାଇଁ ନିଯୁକ୍ତି ଓ ତାଲିମ ପ୍ରଦାନ ପାଇଁ ସୁଯୋଗ ସୃଷ୍ଟି କରାଯିବା ନେଇ ୨୧ଟି ସଂସ୍ଥା ଷ୍ଟଲ୍ ଖୋଲିଥିଲେ ।