ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ଉ
ଭଦ୍ରକ : ରାଣୀତାଲ, ଚରମ୍ପା ଏବଂ ଭଦ୍ରକ ସହରରେ ଖାଦ୍ୟ ନିରାପତ୍ତା ବିଭାଗ ଦ୍ୱାରା ଧରପଗଡ଼ କରାଯାଇଥିଲା । ଏହି ଚଢ଼ଉ ବିଭିନ୍ନ ହୋଟେଲ, ଢ଼ାବା, ବ୍ୟାକରୀ ୟୁନିଟ୍ ମାନଙ୍କରେ କରାଯାଇଥିଲା । ଖାଦ୍ୟ ନିରାପତ୍ତା ଆଇନ୍ ୨୦୦୬ ଅବମାନନାରେ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଖାଦ୍ୟ ନିରାପତ୍ତା ବିଭାଗର ଡ଼େଜିଗ୍ନେଟେଡ଼୍ ଅଧିକାରୀ ତଥା ଡ଼ି.ପି.ଏଚ୍.ଓ. ଡ଼ା ଭାରତୀ ରାଉତ, ଜିଲା ଖାଦ୍ୟ ନିରାପତ୍ତା ଅଧିକାରୀ ବିଭୁଦତ୍ତ ଦାସ, ଏମ୍.ଟି.ଏସ୍ର ଅଧିକାରୀ ସୁଶାନ୍ତ ନନ୍ଦ ଓ ଅନ୍ୟ କର୍ମଚାରୀମାନଙ୍କୁ ନେଇ ଗଠିତ ଟିମ୍ ଦ୍ୱାରା ଏହି ଚଢ଼ଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।