ଶ୍ରୀ ଗୋପାଳକୃଷ୍ଣ ଗୋଶାଳାରେ ଗୋପାଷ୍ଟମୀ ମେଳା ପାଳିତ
କଟକ : ନୂଆବଜାର ସ୍ଥିତ ଶ୍ରୀ ଗୋପାଳ କୃଷ୍ଣ ଗୋଶାଳା ପ୍ରାଙ୍ଗଣରେ ଗୋପାଷ୍ଟମୀ ମେଳା-୨୦୨୨ ମହା ଧୁମ୍ଧାମ୍ରେ ପାଳିତ ହୋଇଯାଇଛି । ଏହିି ଅବସରରେ ୩୧ ତାରିଖ ତଥା ଦିନ ଗୋଶାଳା ପରିସରରେ ସକାଳ ୯ ଘଟିକାରୁ ୧ ଘଟିକା ପର୍ଯ୍ୟନ୍ତ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ସହିତ ରକ୍ତଦାନ ଶିବିରର ଆୟୋଜନ କରାଯାଇ ଶିବିରଟିରୁ ୩୮ ୟୁନିଟ୍ ରକ୍ତ ସଂଗୃହିତ କରାଯାଇଥିଲା । କଟକ ଡିସିପି ପିନାକ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ବରିଷ୍ଠ ଡାକ୍ତରଙ୍କ ଦ୍ୱାରା ଚର୍ମ ରୋଗ, ଦନ୍ତ ରୋଗ, ଫିଜିଓଥେରାଫି, ମେଡିସିନ ବିଭାଗ ଆଦି ରୋଗୀଙ୍କ ସ୍ୱାସ୍ଥ୍ୟ ପରାମର୍ଶ ସହ ମେଲଭିନ୍ ଜୋନ୍ସ ଲାୟନ୍ସ ଆଇ ହସପିଟାଲ ଡାକ୍ତରମାନଙ୍କ ଦ୍ୱାରା ମାଗଣା ଚକ୍ଷୁ ଶିବିର ଓ ମୋତିଆ ବିନ୍ଦୁ ଚିକିତ୍ସା ଶିବିର, ଆର୍ୟୁବେଦ ଚିକିତ୍ସା ଶିବିରର ଆୟୋଜନ କରାଯାଇ ଥିଲା । ମୋତିଆ ବିନ୍ଦୁରେ ପିଡୀତଙ୍କୁ ମେଲଭିନ୍ ଜୋନ୍ସ ଲାୟନ୍ସ ଆଇ ହସପିଟାଲକୁ ପଠାଯାଇ ସେମାନଙ୍କର ଅସ୍ତ୍ରୋପଚାର ଓ ଚଷମା ଆଦି ବିନା ମୂଲ୍ୟରେ ଯୋଗାଇ ଦିଆଯାଇଥିଲା ବୋଲି ଗୋଶାଳାର ସାଧାରଣ ସମ୍ପାଦକ ତଥା ସମାଜସେବୀ ଗଣେଷ କାଣ୍ଡୋଇ କହିଛନ୍ତି । ସେହିପରି ପବିତ୍ର୍ର ଗୋପାଷ୍ଟମୀ ଅବସରରେ ଆଜି ଦିନ ନୂଆବଜାର ଗୋଶାଳା ଏବଂ ମାରୱାଡି କ୍ଲବ ତରଫରୁ ସକାଳ ୭ ଘଟିକା ସମୟରେ ପ୍ରଥମେ ଗୋମାତାଙ୍କ ପୂଜାର୍ଚ୍ଚନା କରାଯାଇ ମେଳାର ଶୁଭାରମ୍ଭ କରାଯାଇଥିଲା । ପରେ ପରେ ବହୁ ଭକ୍ତ ତଥା ଶ୍ରଦ୍ଧାଳୁ ଗୋମାତାଙ୍କ ଆର୍ଶୀବାଦ ନେବା ସହ ଦାନ ଦକ୍ଷିଣା ଆଦି ଅର୍ପଣ କରିଥିଲେ । ପରେ ପରେ ଗୋ ସଜ୍ଜା, ଶିବ ଲିଙ୍ଗ ସଜ୍ଜା, ଭେଜିଟେବୁଲ କ୍ରାଫ୍ଟ ପ୍ରତିଯୋଗିତା ସହ ମୁଢ଼ିିରେ ଗହଣା ତିଆରି, ଡ୍ୟାନ୍ସ, ରାମାୟଣ କୁଇଜ ପ୍ରତିଯୋଗିତା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଟକ ମହାନଗର ନିଗମର ମେୟର ସୁବାସ ସିଂହ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଗଦେଇ ଗୋଶାଳାର ବିଭିନ୍ନ କାର୍ଯ୍ୟକ୍ରମକୁ ବୁଲି ଦେଖିôଥିଲେ । ଅନ୍ୟତମ ଅତିଥି ଭାବେ ସମାଜସେବୀ ତଥା ଉଦ୍ୟୋଗପତି ନନ୍ଦକିଶୋର ଟିବେରୱାଲ, ସମାଜସେବୀ ବିଶ୍ୱନାଥ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗୋଶାଳାର ଯୁଗ୍ମ ସମ୍ପାଦକ ଭିମଲ କୁମାର ପର୍ଶୁରାମ ପୁରିୟା, କୋଷାଧ୍ୟକ୍ଷ ସୁରେଶ କୁମାର ପୋଦାର ଏବଂ ସୂଚନା ଓ ଲୋକ ସର୍ମ୍ପକ ଅଧିକାରୀ ଅରୁଣ କୁମାର ଦାସଙ୍କ ସମେତ ବହୁ କର୍ମକର୍ତ୍ତା ଏବଂ ହଜାର ହଜାର ସଂଖ୍ୟାରେ ଭକ୍ତବୃନ୍ଦ ଯୋଗଦେଇଥିଲେ ।