ଅଭାବନୀୟ ଘଟଣା ! ବିଦ୍ୟୁତ ଆଘାତରେ ମା’ ଓ ୮ ମାସର ଶିଶୁ ପୁତ୍ର ମୃତ
![](https://thetruths.in/wp-content/uploads/2021/04/Electric-Shock.jpg)
ବରଗଡ଼ : ବରଗଡ଼ ଜିଲା ପଦ୍ମପୁର ବ୍ଳକ ଅନ୍ତର୍ଗତ ବାରିକେଲ ଗ୍ରାମରେ ଅଭାବନୀୟ ଘଟଣା । ବିଦ୍ୟୁତ ସଂସ୍ପର୍ଶରେ ଆସି କୋମଳମତୀ ଶିଶୁ ସମେତ ମା’ର ମୃତ୍ୟୁ । ମୃତକ ମହିଳା ଜଣକ ହେଲେ ଅଞ୍ଜଳି ବାଗ (୩୨) ଓ ଶିଶୁ ପୁତ୍ର ଗୌରବ (୮ମାସ)।
ଘର ଲୋକଙ୍କ କହିବା ମୁତାବକ ମୂଷାକାଟି ଦେଇଥିବାରୁ ବିଦ୍ୟୁତ ତାର ଆଲମୀରା ଉପରେ ପଡି ଯାଇଥିଲା । ଯାହା ମହିଳା ଜଣକ ଜାଣି ପାରିନଥିଲେ ଓ ତାହା ଖୋଲିଥିଲେ ସେହି ସମୟରେ ସେ କାଖେଇ ଥିବା ୮ ମାସର ଶିଶୁକୁ ଧରିଥିଲେ । ତେଣୁ ଶିଶୁ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲା । ଫଳରେ ଦୁହିଁଙ୍କ ମୃତ୍ୟୁ ହୋଇଥିଲା । ସେ ସମୟରେ ଘରେ କେବଳ ମହିଳାଙ୍କ ଶାଶୁ ଥିଲେ ଯେ ନିଜ ଘର ବାରିପଟେ ଗୋବର ସଫା କରୁଥିଲେ । ସେ ଗୋବର ସଫାକରି ଫେରିଲା ପରେ ଦେଖିଲି ଥିଲେ ଦୁହିଙ୍କୁ ଏବଂ ତା ପରେ ତାଙ୍କ ପୁଅକୁ ଜଣାଇଥିଲେ । ଖବରପାଇ ଉଭୟଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।