ସ୍ୱପ୍ନ ଫାଉଣ୍ଡେସନର ପ୍ରତିଷ୍ଠାତାଙ୍କ ଜନ୍ମତିଥିରେ ବିଶାଳ ରକ୍ତଦାନ ଶିବିର
କଟକ : କରୋନା ମହାମାରୀ କଥା ହେଉ କି କଟକ ଏସସିବ ମେଡିକାଲରେ ରବିବାର ଦିନ ରୋଗୀମାନଙ୍କୁ ଖାଦ୍ୟ ଯୋଗାଇବା ଏବଂ ବୃଦ୍ଧାଶ୍ରମ କରି ବୃଦ୍ଧମାନଙ୍କୁ ଥଇଥାନ କରି କଟକ ସହର କାହିଁକି ଓଡିଶାର କୋଣେ ଅନୁକୋଣରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସ୍ୱପ୍ନ ଫାଉଣ୍ଡେସନର ସମାଜସେବା କ୍ଷେତ୍ରରେ ନିଜକୁ ସାମିଲ କରି ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଛି । ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଯୁବ ସମାଜସେବୀ ସୁଧାଂଶୁ ପାତ୍ର (ବାବୁ)ଙ୍କ ଜନ୍ମଦିନ ଅବସରରେ ଆସନ୍ତା ୧୧ ତାରିଖ ମଙ୍ଗଳବାର ଦିନ ସକାଳ ୯ ଘଟିକାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଚାଉଳିଆଗଞ୍ଜ ସ୍ଥିତ ଶ୍ରଦ୍ଧା ଗାର୍ଡେନଠାରେ ଏକ ବିଶାଳ ରକ୍ତଦାନ ଶିବିରର ଆୟୋଜନ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ଅବସରରେ କଟକର ମେୟର ସୁବାଷ ସିଂହ ସାମଜିକ ଅନୁଷ୍ଠାନ ସ୍ୱପ୍ନ ଫାଉଣ୍ଡେସର ଏଭଳି ମହାନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ୧୧ ତାରିଖ ରକ୍ତଦାନ ଶିବିରରେ ନିଜେ ଶ୍ରୀ ସିଂହ ସାମିଲ ହେବା ସହ ରକ୍ତଦାନ କରି ଅନ୍ୟର ଜୀବନ ବଂଚାଇବା ପାଇଁ କଟକ ସହରର ସମସ୍ତ ଜନସାଧାରଣଙ୍କୁୁ ସାମିଲ ହେବା ପାଇଁ ନିବେଦନ କରିଛନ୍ତି ।