ହିପ୍ସ କମାଇବାକୁ ଚାହୁଁଛନ୍ତି କି, କରନ୍ତୁ ଏହି ଆସନ
![](https://thetruths.in/wp-content/uploads/2022/09/Hips-Fat-Yoga.jpg)
ଯୋଗ ଅଭ୍ୟାସ କରିବା ସ୍ୱାସ୍ଥ୍ୟ, ଫିଟନେସ୍ ଏବଂ ମାନସିକ ଶାନ୍ତି ଆଣିଥାଏ। ପିଲା ହୁଅନ୍ତୁ କିମ୍ବା ବୟସ୍କ ହୁଅନ୍ତୁ, ଏହା ସମସ୍ତଙ୍କ ପାଇଁ ଉତ୍ତମ ଅଟେ। ଆପଣଙ୍କ ଶରୀରରେ ସନ୍ତୁଳନ ସୃଷ୍ଟି କରିବା ସହିତ ଏହା ଚାପକୁ ମଧ୍ୟ ହ୍ରାସ କରିଥାଏ। ଯୋଗାସନ ମଧ୍ୟ ଶରୀରର ବର୍ଦ୍ଧିତ ଚର୍ବି ହ୍ରାସ କରିବାରେ ସହାୟକ ହୋଇଥାଏ। ହିପ୍ସର ଚର୍ବି ହ୍ରାସ କରିବା ପାଇଁ ଆପଣ କିଛି ଯୋଗାସନା ମଧ୍ୟ କରିପାରିବେ।
ଉତ୍କଟାସନ :
ଏହି ଆସନ କରିବା ଦ୍ୱାରା ହିପ୍ସ ଓ ଜଂଘର ମାଂସପେଶୀକୁ ସକ୍ରିୟ କରେ। ଏହି ଆସନ କରିବା ପାଇଁ ଆପଣଙ୍କୁ ଏକ ଚୌକିର ଆବଶ୍ୟକ ପଡ଼ିପାରେ। ଚୌକି ଉପରେ କାଳ୍ପନିକ ଢଙ୍ଗରେ ଆପଣଙ୍କୁ ବସିବାକୁ ହେବ। ଏପରି ବସିଲେ ଆପଣଙ୍କ ମାଂସପେଶୀ ଉପରେ ଚାପ ପଡ଼ିବ। ଆପଣଙ୍କ ଶରୀରର ଓଜନ ଆପଣଙ୍କ ଗୋଡ଼ ଉପରେ ପଡ଼ିଥାଏ। ବିଶେଷ କରି ହିପ୍ସ ଓ ଜଙ୍ଘ ଉପରେ ପଡ଼ିଥାଏ। ଏହା କେବଳ ତୁମର ଗୋଡକୁ ଟୋନ୍ କରେ ନାହିଁ ବରଂ ମାଂସପେଶୀ ଗଠନ କରେ ଏବଂ ସେମାନଙ୍କୁ ଶକ୍ତିଶାଳୀ କରେ।
ବୀରଭଦ୍ରାସନ :
ଏହି ଆସନ ପାଦ ପାଇଁ ବହୁତ ଭଲ। ଆରମ୍ଭରେ ଏହି ସରଳ ଲାଗିପାରେ କିନ୍ତୁ ଏହା ସେହି ମାଂସପେଶୀ ଉପରେ କାମ କରେ ଯାହାକୁ ଆମେ ଆମର ଦୈନନ୍ଦିନ କାର୍ଯ୍ୟ କରିବା ସମୟରେ ଅଣଦେଖା କରିଦେଇଥାଉ।
ବ୍ରିଜ ପୋଜ :
ହିପ୍ ଫ୍ୟାଟ୍ ହ୍ରାସ କରିବା ପାଇଁ ଏହା ଏକ ଭଲ ଆସନ। ଏହା କରିବା ଦ୍ୱାରା ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ଏବଂ ହିପ୍ସ ଏବଂ ବଟ ଦୃଢ ହୋଇଯାଏ। ହିପ୍ସର ଚର୍ବି କମ କରିବା ପାଇଁ ଆପଣଙ୍କୁ ଏହା ଦୈନିକ ଅଭ୍ୟାସ କରିବାକୁ ହେବ।
ମଲାସନ :
ମଲାନସ ହେଉଛି ଏପରି ଆସନ ଯାହା ଗୋଡ଼ ଉପରେ କାର୍ଯ୍ୟ କରିଥାଏ। ବିଶେଷ କରି ଜଙ୍ଘ ଓ ହିପ୍ସ ଉପରେ ଭଲ ପ୍ରଭାବ ପକାଇଥାଏ। ଏହି ଆସନ ଶରୀରରେ ରକ୍ତଚାପ ନିୟନ୍ତ୍ରଣ କରିଥାଏ ଓ ରକ୍ତ ସରବରାହ ସ୍ୱାଭାବିକ କରିଥାଏ। ହିପ୍ସ ଓ ଜଙ୍ଘର ମାଂସପେଶୀକୁ ଟାଣିଥାଏ। ହିପ୍ସକୁ ଚଉଡା କରିବା ସହିତ ମାଂସପେଶୀକୁ ନରମ କରିଥାଏ।