ନବରଙ୍ଗପୁର ରେ ଅହିଂସା ରଥ କୁ ଭବ୍ୟ ସ୍ୱାଗତ
ନବରଙ୍ଗପୁର : ସ୍ୱାଧୀନତାର ୭୫ ବର୍ଷ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ସମଗ୍ର ରାଜ୍ୟ ରେ ଦେଶମାତୃକା ପାଇଁ ଲଢେଇ କରି ବଳିଦାନ ଦେଇଥିବା, ତ୍ୟାଗ କରିଥିବା ବୀର ସ୍ୱାଧିନତା ସଂଗ୍ରାମୀ ଙ୍କ ଅପାସର କାହାଣୀ, ଭାଇଚାରା ସମ୍ପର୍କର ବାର୍ତା ବହନ କରୁଥିବା ଅହିଂସା ରଥ ପଡିଶା ଜିଲ୍ଲା କଳାହାଣ୍ଡି ପରିକ୍ରମା ସାରି ଆଜି ନବରଙ୍ଗପୁର ଜିଲ୍ଲା ପରିକ୍ରମା ରେ ପହଂଚିଛି । ଦୁଇଟି ଅହିଂସା ରଥ କୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ନବରଙ୍ଗପୁର ଓ କଳାହାଣ୍ଡି ବୋର୍ଡର ଆମ୍ ପାଣି ଘାଟି ନିକଟସ୍ଥ ବିରି ମାନ୍ପୁର ଛକ ରୁ ଦୁଇ ଟି ରଥ କୁ ସ୍ୱାଗତ କରି ଅଣା ଯାଇ ମଇଦଲ ପୁର ରେ ଏକ ବିରାଟ ଶୋଭା ଯାତ୍ରା, ସଂସ୍କୃତି କ କାର୍ଯ୍ୟକ୍ରମରେ ଅହିଂସା ରଥ କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏଥିରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତି ରାମ ନାୟକ, ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇ ତ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ରତ୍ନାକର ସାହୁ, ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ, ଜିଲ୍ଲା ସ୍ତରୀୟ ଅଧିକାରୀ, ପାପଡା ହାଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀ , ତହସିଲଦାର,ପିଆର୍ ଆଇ, ମେମ୍ବର, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ,ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ କରିଥିଲେ । ପାପ ଦା ହାଣ୍ଡି ବ୍ଲକ୍ ରୁ ସହିଦ୍ ମିନାର ଯାଏଁ ରଥ କୁ ଭବ୍ୟ ସ୍ୱାଗତ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ଦଶ ଗୋଟି ବ୍ଲକ୍ ଓ ଦୁଇ ଗୋଟି ପୌରପାଳିକା ତିନି ଦିନ ରହଣି ମଧ୍ୟରେ ଅହିଂସା ରଥ ପରିକର୍ମା କରିବ । ଆଜି ଦୁଇ ଟି ଅହିଂସା ରଥ,ପାପାଦା ହାଣ୍ଡି, କୋଷଗୁମୁଡ଼ା, ଡାବୁ ଗାଁ, ଚନ୍ଦା ହାଣ୍ଡି, ନବରଙ୍ଗପୁର ବ୍ଲକ୍ ପରିକ୍ରମା କରିଛି । ଏଥିରେ ସଂପୃକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ, ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀ, ଜନ ପ୍ରତିନିଧି, ବିଶିଷ୍ଟ ନାଗରିକ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ କରିଥିଲେ ।