ସାନଭରଣ୍ଡି ଗ୍ରାମବାସୀ ପିଇବା ପାଣି ସମସ୍ୟାକୁ ନେଇ ହନ୍ତସନ୍ତ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ୍ ଅନ୍ତର୍ଗତ ବଡଭରଣ୍ଡି ଗ୍ରାମ ପଞ୍ଚାୟତ ଅଧୀନ ସାନ ଭରଣ୍ଡି ଗ୍ରାମରେ ପିଇବା ପାଣି ସମସ୍ୟାକୁ ହନ୍ତସନ୍ତ ହେବାକୁ ପଡୁଛି । ସୂଚନଯୋଗ୍ୟ ଯେ ଉମରକୋଟ ବ୍ଲକ୍ ଅନ୍ତର୍ଗତ ସାନ ଭରଣ୍ଡି ଗ୍ରାମବାସି ପୁର୍ବରୁ କ୍ଷୁଦ୍ର ଜଳ ଯୋଗାଣ ପ୍ରକଳ୍ପ ସମୟରେ ଗ୍ରାମ ବାସି ଦିନକୁ ଦୁଇ ଥର ପାଣି ପାଉଥିବା କହିଛନ୍ତି କିନ୍ତୁ ବିଗତ ବର୍ଷ ଏହି ଗ୍ରାମରେ ମେଗା ଜଳ ପ୍ରକଳ୍ପ ବାସୁଧାରେ ଏକ ଲକ୍ଷ ଲିଟର ପାଣି ଟ୍ୟାଙ୍କ ନିର୍ମାଣ କରାଯାଇଥିଲା । କିନ୍ତୁ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଯେଉଁ ଦିନ ଠାରୁ ଏହି ମେଗା ଜଳ ପ୍ରକଳ୍ପ ନିର୍ମାଣ ହୋଇଛି ସେହି ଦିନ ଠାରୁ ସଠିକ ଭାବେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି । ଦିନକୁ ଥରେ ମଧ୍ୟ ପାଣି ପାଇବା ମୁସ୍କିଲ ହୋଇ ପଡ଼ିଛି । ଏନେଇ ଗ୍ରାମ ବାସି ସମସ୍ତ ଅଧିକାରୀ ଙ୍କ ଦୃଷ୍ଠି ଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ମିଳି ନଥିବାରୁ ଆଜି ଗ୍ରାମବାସୀ ମାନେ ଏକତ୍ରିତ ହୋଇ ବିଭାଗୀୟ ଯନ୍ତ୍ରୀଙ୍କୁ ଚଢ଼ାଉ କରି ସମସ୍ୟା ଉପରେ ଅବଗତ କରାଇବା ପରେ ତୁରନ୍ତ ଯନ୍ତ୍ରୀ ଗ୍ରାମକୁ ପହଞ୍ଚି ସମସ୍ୟାର ସମାଧାନ ଲାଗି ଅବିଲମ୍ୱେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲେ ବୋଲି ଗ୍ରାମର ଜଣେ ଯୁବ ସମାଜ ସେବୀ ବାପି ଧୁରିଆ କହିଛନ୍ତି । ଅନ୍ୟ ପଟେ ବାର ବର୍ଷ ଧରି ଏହି ପ୍ରକଳ୍ପ ରେ ରହି ପାଣି ଯୋଗାଇ ଦେଇ ଆସୁଥିବା ଓପେରେଟର ଦେବ ସିଂ କୋଷ୍ଠ ଗତ କାଲି ବିଦ୍ୟୁତ୍ ସର୍ ବରାହ ଘଟି ଥିବା କାରଣରୁ ଦିନ ଟିଏ ପାଣି ଯୋଗାଇ ଦେବାକୁ ଅସୁବିଧା ହୋଇ ଥିବା କହିଛନ୍ତି ।