ଇନ୍ଟାକ୍ ବାଲେଶ୍ୱର ଚାପ୍ଟାରର ପ୍ରତିଷ୍ଠା ଦିବସ ପାଳିତ
ବାଲେଶ୍ୱର : ଇନ୍ଟାକ୍ ବାଲେଶ୍ୱର ଚାପ୍ଟାରର ପ୍ରତିଷ୍ଠା ସ୍ଥାନୀୟ ଉଦ୍ୟୋଗ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଚାପ୍ଟାର ଆବାହକ ଶ୍ରୀ ଉଦୟ ରଞ୍ଜନ ଦାସ ସ୍ୱାଗତ ଭାଷଣ ଦେଇଥିଲେ । ସହ ଆବାହକ ଶ୍ରୀ ସଂଗ୍ରାମ କୁମାର ଦାସ ଚାପ୍ଟାରର ବାର୍ଷିକ ବିବରଣୀ ପାଠ କରିଥିଲେ । ଅତିରିକ୍ତ ସହ ଆବାହକ ସୁଶ୍ରୀ ଅର୍ଚ୍ଚନା ନନ୍ଦୀ ଏବଂ ସଭ୍ୟ ଶ୍ରୀ ମାତୃଦତ୍ତ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ ଇନ୍ଟାକ୍ର ବିଭିନ୍ନ ଦିଗରେ କାର୍ଯ୍ୟକଳାପର ପ୍ରଶଂସା କରିବା ସହିତ ବାଲେଶ୍ୱର ଜିଲ୍ଲା ଏକ କଳା ଓ ସଂସ୍କୃତିର ଭଣ୍ଡାର ଘର ବୋଲି ବର୍ଣ୍ଣନା କରିଥିଲେ । ସମ୍ମାନନୀୟ ଅତିଥି ଶ୍ରୀ ଅମୀୟ ଭୂଷଣ ତ୍ରିପାଠୀ, ଇନ୍ଟାକ୍ ଓଡ଼ିଶା ରାଜ୍ୟ ଆବାହକ ଇନ୍ଟାକ୍ ବାଲେଶ୍ୱର ଚାପ୍ଟାରର କାର୍ଯ୍ୟର ସମୀକ୍ଷା କରିବା ସହିତ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଗବେଷକ ଶ୍ରୀ ଅନିଲ ଧୀର ତାଙ୍କ ଭାଷଣରେ କହିଥିଲେ ଯେ ବାଲେଶ୍ୱର ଜିଲ୍ଲାରେ ୪୦୦ରୁ ଊର୍ଦ୍ଧ୍ୱ ଐତିହ୍ୟସ୍ଥଳ ରହିଛି ଯାହାର ପଞ୍ଜିକରଣ କରିବା ଅତ୍ୟନ୍ତ ଜରୁରୀ । ଇନ୍ଟାକ୍ ପକ୍ଷରୁ ଦୁଇଜଣ କୃତିଶିକ୍ଷକ ଶ୍ରୀ ସୁଧାଂଶୁ ପଣ୍ଡା ଏବଂ ଶ୍ରୀମତୀ ସୁମତୀ ମଣ୍ଡଳଙ୍କୁ ଶିକ୍ଷକ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା । ରାଜ୍ୟ ଏବଂ ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉପଲକ୍ଷେ ଚାପ୍ଟାର୍ର ମୁଖପତ୍ର ‘ପରମ୍ପରା’ ଉନ୍ମୋଚିତ ହୋଇଥିଲା । ଶ୍ରୀ ଭାବଗ୍ରାହୀ ମହାନ୍ତି ଉନ୍ମୋଚନରେ ସହାୟତା କରିଥିଲେ । ଶ୍ରୀ ସତ୍ୟନାରାୟଣ ନନ୍ଦ ଏବଂ ଶ୍ରୀ ଅଖିଳ କୁମାର ଦାସ ମାନପତ୍ର ପାଠ କରିଥିଲେ । ଶ୍ରୀମତୀ ଅଲିଭା ଦାସ, ଗୀତାଞ୍ଜଳି ପାଣିଗ୍ରାହୀ, ଯଶୋଦା ନନ୍ଦନ ଆଶ୍, ସୌରଭ କୁମାର ବେହେରା, ଶ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଶ୍ରୀ ଗୌରୀଶଙ୍କର ନାୟକ, ଶ୍ରୀ ହରେନ ରଣା, ଶ୍ରୀମତୀ ଗିରିଜା ମିଶ୍ର, ଶ୍ରୀ ସୋଭନ ଦାସମହାପାତ୍ର, ଶ୍ରୀମତୀ ଚିନ୍ମୟୀ ଦାସମହାପାତ୍ର ପ୍ରଭୃତି ଇନ୍ଟାକ୍ ସଭ୍ୟବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡା. ଦେବାଶୀଷ ମିଶ୍ରଙ୍କୁ ଇନ୍ଟାକ୍ର ସଭ୍ୟ ଭାବରେ ସ୍ୱାଗତ କରାଯାଇଥିଲା ।