‘ଯୁଗଶ୍ରୀ ଟ୍ରଷ୍ଟ’ ପକ୍ଷରୁ ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ
ବାଲେଶ୍ୱର : ଆଜି ବାଲେଶ୍ୱର ସଦର ବ୍ଲକ ଅଧୀନସ୍ଥ ସିନ୍ଧିଆ ଗ୍ରାମ ପଂଚାୟତର ଭଗୀରଥପୁର ଗ୍ରାମର ହରିଜନ
ସାହିଠାରେ ଅପରାହ୍ଣ ସମୟରେ ‘ଯୁଗଶ୍ରୀ ଟ୍ରଷ୍ଟ’ ପକ୍ଷରୁ ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।
ସ୍ୱନାମଧନ୍ୟା ଡ଼ାକ୍ତର ଗୀତା ଗିରି ଏଥିରେ ଯୋଗଦେଇ ମହିଳାମାନଙ୍କ ସ୍ୱସ୍ଥ୍ୟ ସମସ୍ୟା ଓ ସ୍ୱଚ୍ଛତା ସଂପର୍କରେ ବୁଝାଇବା
ସହ ଏହାର ନିରାକରଣ ବିଷୟରେ ଡାକ୍ତରୀ ପରାମର୍ଶ ପ୍ରଦାନ କରିଥିଲେ । ‘ଯୁଗଶ୍ରୀ ଟ୍ରଷ୍ଟ’ର ପରିଚାଳନା ଟ୍ରଷ୍ଟି
ଶ୍ରୀମତୀ ମମତା ମହାପାତ୍ର ସମସ୍ତ ଅଧିବାସୀଙ୍କୁ ସ୍ୱାଗତ କରିଥିବାବେଳେ ଟ୍ରଷ୍ଟି ସୁଶ୍ରୀ ଗୀତାଞ୍ଜଳି ସିଂହ ଓ ସମାଜସେବୀ
ଶ୍ରୀମତୀ ପ୍ରତିମା ପଣ୍ଡା ଗ୍ରାମାଂଚଳର ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଏହିଭଳି ସଚେତନତା ଶିବିର ଅତ୍ୟନ୍ତ ଉପଯୋଗୀ
ବୋଲି କହିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରକୁ ବସନ୍ତ ପ୍ରଧାନ, ସଂଯୋଜକ କମଳାକାନ୍ତ ଦାଶ, ଉମ ପ୍ରଧାନ, ଯୋଗେନ୍ଦ୍ର
ଦାସ ଓ ବୀରେନ୍ଦ୍ର ସେନାପତି ପରିଚାଳନା କରିଥିଲେ । ଏଥିରେ ଶତାଧିକ ମହିଳା ଯୋଗ ଦେଇଥିଲେ ଓ ସମସ୍ତଙ୍କୁ
ସ୍ୟାନିଟାରୀ ନେପକିନ୍ ଇତ୍ୟାଦି ପ୍ରଦାନ କରାଯାଇଥିଲା । ଶେଷରେ ସେ ଅଂଚଳର ସମାଜସେବୀ ଚକ୍ରଧର ମହାନ୍ତି
ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।