ଗଣେଶ ଚତୁର୍ଥୀରେ ଶାସ୍ତ୍ର ଅନୁସାରେ ଆପନାତୁ କିଛି ସରଳ ଉପାୟ; ଦୂର ହେବ ବାଧାବିଘ୍ନ, ପୂରଣ ହୋଇଥାଏ ମନୋସ୍କାମନା
ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଏ। ଏହି ତିଥିରେ ପ୍ରଭୁ ଗଣେଶଙ୍କ ପୂଜା କରିବାର ବିଶେଷ ମହତ୍ୱ ରହିଛି। ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ, ଭଗବାନ ଗଣେଶ ସଙ୍କଟ, କଷ୍ଟ ଓ ଦାରିଦ୍ର୍ୟତାରୁ ମୁକ୍ତି ଦେଇଥାଆନ୍ତି। ବିଧି ବିଧାନ ଅନୁଯାୟୀ ପୂଜା କଲେ ଭଗବାନ ଗଣେଶ ପ୍ରସନ୍ନ ହୋଇ ଭକ୍ତଙ୍କ ସଙ୍କଟ ଦୂର କରିଥାନ୍ତି ଓ ମନୋସ୍କାମନା ପୂରଣ କରିଥାନ୍ତି।
ହିନ୍ଦୁ ଧର୍ମରେ ଯେକୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଗଣେଶଙ୍କୁ ଆରାଧନା କରାଯାଇଥାଏ। ଗଣେଶ ରିଦ୍ଧି-ସିଦ୍ଧି ଦାତା ଓ ଶୁଭ-ଲାଭ ପ୍ରଦାତା। ଗଣେଶ ଭକ୍ତଙ୍କ ବାଧାବିଘ୍ନ, ସଙ୍କଟ, ରୋଗ ଦୋଷ ତଥା ଦରିଦ୍ରତା ଦୂର କରିଥାନ୍ତି। ବିଶ୍ୱାସ ରହିଛି ଯେ ସଚ୍ଚୋଟ ମନରେ ଗଣେଶଙ୍କୁ ଆରାଧନା କଲେ ଓ ମନ୍ତ୍ର ଜପ କଲେ ସମସ୍ୟା ସମାଧାନ ହୋଇଥାଏ।
ଗଣେଶ ଅମଙ୍ଗଳ ଦୂର କରିଥାନ୍ତି। ଯାହା ଉପରେ ଭଗବାନ ଗଣେଶ କୃପା କରନ୍ତି ସେମାନଙ୍କ ଜୀବନର ସମସ୍ତ ବାଧା ଦୂର ହୋଇଥାଏ। ଗଣେଶ ଯେତେ ଶୀଘ୍ର ରାଗି ଯାଆନ୍ତି ସେତେ ଶୀଘ୍ର ମାନି ମଧ୍ୟ ଯାଇଥାନ୍ତି। ଶାସ୍ତ୍ରରେ କିଛି ସରଳ ଉପାୟ ରହିଛି ଯାହାଦ୍ୱାରା ଗଣେଶ ପ୍ରସନ୍ନ ହୋଇଥାନ୍ତି।
ପ୍ରସନ୍ନ କରିବା ପାଇଁ ଆପଣାନ୍ତୁ ଏହି ଉପାୟ-
୧. ସିନ୍ଦୁର ଲଗାନ୍ତୁ : ସିନ୍ଦୁର ଭଗବାନ ଗଣେଶଙ୍କର ଖୁବ୍ ପ୍ରିୟ। ଗଣେଶ ଚତୁର୍ଥୀ ଦିନ ପ୍ରଭୁଙ୍କୁ ସିନ୍ଦୁର ଲଗାଇବା ଶୁଭ ହୋଇଥାଏ। ଗଜାନନଙ୍କ ମଥାରେ ପ୍ରତ୍ୟେକଦିନ ଲାଲ ସିନ୍ଦୁରରେ ତିଳକ ଲଗାନ୍ତୁ। କୁହାଯାଏ, ଏପରି କରିବା ଦ୍ୱାରା ଅଟକି ଥିବା କାର୍ଯ୍ୟ ସୁରୁଖୁରୁରେ ହୋଇଯାଏ ଏବଂ ଉନ୍ନତି ହୋଇଥାଏ।
୨. ଦୂବ ଅର୍ପଣ କରନ୍ତୁ : ପ୍ରଭୁ ଗଣେଶଙ୍କୁ ସବୁଦିନ ପୂଜା ସମୟରେ ଦୂବ ଅର୍ପଣ କରିବା ଉଚିତ। କିନ୍ତୁ ଗଣେଶ ଚତୁର୍ଥୀ ଦିନ ଦୂବ ଅର୍ପଣ କରିବାର ବିଶେଷ ମହତ୍ୱ ରହିଛି। ବିଶ୍ୱାସ ରହିଛି ଯେ, ଏପରି କରିବା ଦ୍ୱାରା ପ୍ରଭୁ ଗଣେଶ ପ୍ରସନ୍ନ ହୋଇଥାଆନ୍ତି ଓ ମନବାଞ୍ଛିତ ବର ପ୍ରଦାନ କରିଥାଆନ୍ତି।
୩. ଲାଲ ପୁଷ୍ପ ଅର୍ପଣ କରନ୍ତୁ : ଶ୍ରୀଗଣେଶଙ୍କୁ ଲାଲ ପୁଷ୍ପ ଅର୍ପଣ କରିବା ଶୁଭ ହୋଇଥାଏ। ଯଦି ଲାଲ ଫୁଲ ମିଳୁନାହିଁ ତାହେଲେ ଯେକୌଣସି ଫୁଲ ଅର୍ପଣ କରିପାରିବେ। ମାତ୍ର ପୂଜା ସମୟରେ ଧ୍ୟାନ ରଖିବେ, ଯେପରି ପ୍ରଭୁ ଗଣେଶଙ୍କୁ ଭୁଲରେ ମଧ୍ୟ ତୁଳସୀ ଅର୍ପଣ କରିବେନାହିଁ।
୪. ମୋଦକ ଭୋଗ ଲଗାନ୍ତୁ : ଗଣେଶଙ୍କର ଲଡ଼ୁ ଓ ମୋଦକ ଖୁବ୍ ପ୍ରିୟ। ତେଣୁ ଗଣେଶ ଚତୁର୍ଥୀ ଦିନ ପ୍ରଭୁଙ୍କୁ ଲଡ଼ୁ ଓ ମୋଦକ ଭୋଗ ଲଗାନ୍ତୁ।
୫. ଆଳତୀ : ଭଗବାନ ଗଣେଶଙ୍କ ପୂଜା ପରେ ଆଳତୀ ନିଶ୍ଚିତ କରନ୍ତୁ। କୁହାଯାଏ, ଏପରି କରିବା ଦ୍ୱାରା ପୂଜାର ଫଳ ଶୀଘ୍ର ପ୍ରାପ୍ତ ହୋଇଥାଏ।