ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ରନର ରେକର୍ଡ କଲେ ଗୁପଟିଲ୍
ନୂଆଦିଲ୍ଲୀ: କ୍ରିକେଟର ସବୁଠୁ ଛୋଟ ଫର୍ମାଟ୍ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ରନ କରିବାର ରେକର୍ଡ କଲେ ନ୍ୟୁଜିଲାଣ୍ଡର ଓପନିଂ ବ୍ୟାଟସମ୍ୟାନ ମାର୍ଟିନ ଗୁପଟିଲ୍ । ସ୍କଟଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମୁକାବିଲାରେ ୪୦ ରନର ଧୂଆଁଧାର ଇନିଂସ ଖେଳି ଏହି ରେକର୍ଡ ନିଜ ନାମରେ କରିଛନ୍ତି । ଏହି ମାମଲାରେ ସେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ପଛରେ ପକାଇଛନ୍ତି ।
ଟି-୨୦ ଅନ୍ତର୍ଜାତୀୟରେ ଗତ କିଛି ସମୟରୁ ବିରାଟ କୋହଲି, ରୋହିତ ଶର୍ମା ଏବଂ ମାର୍ଟିନ ଗୁପଟିଲ୍?ଙ୍କ ମଧ୍ୟରେ ପ୍ରତିଯୋଗିତା ଜାରି ରହିଛି । ଗୁପଟିଲ୍ ୪୦ ରନର ଇନିଂସ ପରେ ଟି-୨୦ ଅନ୍ତର୍ଜାତୀୟରେ ୩୩୯୯ ରନ କରିଛନ୍ତି । ସେ କ୍ରିକେଟର ସବୁଠୁ ଛୋଟ ଫର୍ମାଟରେ ସବୁଠୁ ଅଧିକ ରନ କରିବା ମାମଲାରେ ରୋହିତ ଶର୍ମାଙ୍କୁ ପଛରେ ପକାଇଛନ୍ତି । ରୋହିତଙ୍କ ନାମରେ ୩୩୭୯ ରନ ରହିଛି । ଗୁପଟିଲ୍ ଏବଂ ରୋହିତଙ୍କ ପରେ ବିରାଟ କୋହଲିଙ୍କ ନାମ ରହିଛି । କୋହଲି ମାତ୍ର ୯୯ ମ୍ୟାଚରେ ୩୩୦୮ ରନ କରିଛନ୍ତି । ସ୍କଟଲାଣ୍ଡ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି କିୱି ଦଳ ୫ ୱିକେଟ୍ ହରାଇ ୨୨୫ ରନ କରିଛି । ଫିନ ଆଲେନ ୫୬ ବଲ୍ରୁ ୮ ଚୌକା ଏବଂ ୬ ଛକା ସହ ୧୦୧ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି ।