ଓଡ଼ିଶାରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ
ବିଧାନସଭାକୁ ପାଛୋଟି ନେଲ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ନବୀନଙ୍କୁ ଭାଇ ସମ୍ବୋଧନ କଲେ ଦ୍ରୌପଦୀ ମୁର୍ମୁ
ନବୀନ ନିବାସରେ ଏକାଠି ଖାଇଲେ ନବୀନ-ଦ୍ରୌପଦୀ
ଭୁବନେଶ୍ୱର : ଓଡ଼ିଶାରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା । ତାପରେ ରାଜ୍ୟ ଅତିଥିଭବନରେ ବି ଅଭିନନ୍ଦନ । ବିଧାନସଭାକୁ ପାଛୋଟି ନେଲ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ବଧାୟକ ଓ ସାଂସଦଙ୍କୁ ଭେଟି ସମର୍ଥନ ଲୋଡିଲେ ।
ଓଡିଶା ଇତିହାସରେ ବୋଧହୁଏ ପୂର୍ବରୁ କେବେ ଏମିତି ଦୃଶ୍ୟ ଦେଖିବାକୁ ମିଳିନଥିବ । ଯେତେବେଳେ ଏନଡିଏର ଜଣେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଓଡିଶାର ଶାସକ ଦଳ ବିଜେଡି, ଯେଉଁ ଦଳ ଏନଡିଏରେ ନାହିଁ, ସେହି ଦଳ ପକ୍ଷରୁ ଏମିତି ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିବ । ଆଉ ନିଜେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ତାଙ୍କୁ ସ୍ୱାଗତ ଜଣାଉଥିବେ । ବିଧାନସଭା ଭିତରକୁ ପାଛୋଟି ନେଉଥିବେ । ହେଲେ ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ଆସନ ପାଇଁ ଏନଡିଏ ପ୍ରାର୍ଥୀ କରିବା ପରେ, ଆଜି ଦେଖିବାକୁ ମିଳିଛି ସେହିଭଳି ଦୃଶ୍ୟ । ନାମାଙ୍କନ ଭରିବା ପରେ ସମର୍ଥନ ଲୋଡିବା ପାଇଁ ପ୍ରଥମ ଥର ପାଇଁ ଓଡିଶାକୁ ଆସିଥିବା ଦ୍ରୌପଦୀଙ୍କୁ ସ୍ୱାଗତ କରିଛନ୍ତି ନବୀନଙ୍କ ସମେତ ଦଳର ବିଧାୟକ, ସାଂସଦ ଓ ନେତା । ତାପରେ ଦ୍ରୌପଦୀ ବିଜେଡି ନେତାମାନଙ୍କ ସହ ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ବସି ଆଲୋଚନା କରିଛନ୍ତି । ଆଲୋଚନା ଆରମ୍ଭରୁ ଭାବବିହ୍ୱଳ ହୋଇପଡିଥିଲେ ଦ୍ରୌପଦୀ ମୁର୍ମୁ । ନବୀନଙ୍କୁ ଭାଇ ବୋଲି ସମ୍ବୋଧନ କରିଛନ୍ତି । ଆଉ କହିଛନ୍ତି, ରାଖି ବାନ୍ଧିଥିଲି । ରାଖିର ପାଉଣା ମାଗିବା ପୂର୍ବରୁ ଭାଇ ଉପହାର ଦେଇଦେଲେ ।
ନବୀନ ନିବାସରେ ଏକାଠି ଖାଇଲେ ନବୀନ ପଟ୍ଟନାୟକ ଓ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ମଧ୍ୟାହ୍ନ ଭୋଜନ ପାଇଁ ଭାବି ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଥିଲେ ନବୀନ ଆଉ ଏହାପରେ ନବୀନଙ୍କ କଥା ରଖି ଦ୍ରୌପଦୀ ମୁର୍ମୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଏକାଠି ଭୋଜନ କରିଛନ୍ତି । ତାଙ୍କ ସାଥିରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଓ ବିଜେଡ଼ି ସାଂସଦ ପିନାକୀ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ । ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଭରିବା ପରେ ସମର୍ଥନ ଲୋଡିବା ପାଇଁ ପ୍ରଥମ ଥର ପାଇଁ ଓଡିଶାକୁ ଆସିଥିବା ବେଳେ ଦ୍ରୌପଦୀଙ୍କୁ ସ୍ୱାଗତ କରିଥିଲେ ନବୀନଙ୍କ ସମେତ ଦଳର ବିଧାୟକ, ସାଂସଦ ଓ ନେତା । ତାପରେ ଦ୍ରୌପଦୀ ବିଜେଡି ନେତାମାନଙ୍କ ସହ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବସି ଆଲୋଚନା କରିିଥିଲେ । ଆଲୋଚନା ଆରମ୍ଭରୁ ଭାବବିହ୍ୱଳ ହୋଇପଡିଥିଲେ ଦ୍ରୌପଦୀ ମୁର୍ମୁ । ନବୀନଙ୍କୁ ଭାଇ ବୋଲି ସମ୍ବୋଧନ କରିଥିଲେ ଆଉ କହିଥିଲେ ରାଖି ବାନ୍ଧିଥିଲି ରାକ୍ଷୀର ପାଉଣା ମାଗିବା ପୂର୍ବରୁ ଭାଇ ଉପହାର ଦେଇଦେଲେ । ଦ୍ରୌପଦୀ ଆହୁରି ମଧ୍ୟ କହିଥିଲେ ଯେ, ପ୍ରାର୍ଥୀ ଘୋଷଣାବେଳେ ବିଦେଶରୁ ଥାଇ ମୋ ସହ ଫୋନରେ କଥା ହୋଇଥିଲେ ।