ମଙ୍ଗଳବାର ଦିନ ଏହି ଗୋଟିଏ ଜିନିଷ ଘରକୁ ନେଇ ଆସନ୍ତୁ, ଦେଖିବେ ସବୁ କରଜ ସୁଝି ହୋଇଯିବ !
![](https://thetruths.in/wp-content/uploads/2022/05/Tuesday-Special-1.jpg)
ମଙ୍ଗଳବାର ଦିନ ଏହି କାମ କରନ୍ତୁ ନାହିଁ ଘର ବର୍ବାଦ ହୋଇଯିବ। ପବନ ପୁତ୍ର ହନୁମାନ ସବୁ ସମସ୍ୟାରେ ନିଜ ଭକ୍ତଙ୍କୁ ର-କ୍ଷା କରିଥାନ୍ତି। ଜ୍ୟୋତିଷଙ୍କ ଅନୁସାରେ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କର ପୂଜା କରିଲେ ମନୁଷ୍ୟର ସବୁ ଭୌତିକ କଷ୍ଟ ଦୂର ହୋଇଥାଏ। ପ୍ରତ୍ୟକ ଦିନ ମନୁଷ୍ୟ ଜଣା ଅଜାଣତରେ ଏମିତି କାମ କରି ଦେଇଥାନ୍ତି ଯାହା ଦ୍ୱାରା ଅଶୁଭ ପ୍ରଭାବ ନିଜ ଜୀବନ ଉପରେ ପଡିଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ ଏମିତି କିଛି କାମ ଅଛି ଯାହାକୁ କରିବା ଉଚିତ ନୁହେଁ। ଏମିତି କରିବା ଦ୍ୱାରା ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ଏହା ସହିତ ମଙ୍ଗଳଙ୍କର ଅଶୁଭ ପ୍ରଭାବ ବି ଜୀବନ ଉପରେ ପଡିଥାଏ କାରଣ ମଙ୍ଗଳବାର ମଙ୍ଗଳ ଗ୍ରହଙ୍କ ଦିନ ହୋଇଥାଏ। ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କେଉଁ କାମ କରିବା ଉଚିତ ନୁହେଁ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ ପଇସା ପତ୍ର କାରବାର କରିବା ଉଚିତ ନୁହେଁ। କରଜ ନିଅନ୍ତୁ ନାହିଁ କି ଦିଅନ୍ତୁ ନାହିଁ। ଏହି ଦିନ ଧନ ଦେବା ନେବାକୁ ଅଶୁଭ ବୋଲି ମାନାଯାଏ। ଏହିଦିନ କରଜ ନେଲେ ଶୁଝିବା ମୁସ୍କିଲ ହୋଇଯାଏ ଏବଂ କରଜ ଦେଲେ ଟଙ୍କା ଫେରି ପାଇବା ମଧ୍ୟ ମୁସ୍କିଲ ହୋଇଯାଏ।
![](https://excusemeodisha.com/wp-content/uploads/2022/04/gyvugvyu.jpg)
ଯଦି ଆପଣ ଭଗବାନ ହନୁମାନଙ୍କୁ ମାନନ୍ତି ତେବେ ମଙ୍ଗଳବାର ଦିନ ମାଂସ ଆଦି ମଧ୍ୟ ଭୋଜନ କରନ୍ତୁ ନାହିଁ। ଜ୍ଯୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ଉଗ୍ର ଗ୍ରହ ବୋଲି ମାନାଯାଏ ତେଣୁ ଏହି ଦିନ ମଦ ମାଂସ ଭୋଜନ କରିବା ଦ୍ଵାରା ଆପଣଙ୍କ ସ୍ବଭାବରେ ମଧ୍ୟ ଉଗ୍ରତା ଆସିପାରେ। ଏହା ଦ୍ବାରା ନକରାତ୍ମକତା ପ୍ରଭାବ ଆପଣଙ୍କ ପାରିବାରିକ ଏବଂ ସାମାଜିକ ଜୀବନ ଉପରେ ପଡିଥାଏ।
ମଙ୍ଗଳବାର ଦିନ ଲାଲ ବସ୍ତ୍ର ପରିଧାନ କରିବା ଉଚିତ ଏବଂ ଲାଲ ଜିନିଷର ଦାନ ମଧ୍ୟ କରନ୍ତୁ।
ମଙ୍ଗଳବାର ଦିନ କଳା ବସ୍ତ୍ର ଧାରଣ କରନ୍ତୁ ନାହିଁ। କାରଣ ଏହା ଦ୍ବାରା ଶନିଦେବଙ୍କ ପ୍ରଭାବ ପଡିଥାଏ। ଶନିଙ୍କ ସହିତ ମଙ୍ଗଳଙ୍କର ସଂଯୋଗ ବହୁତ ଅଶୁଭ ଏବଂ କଷ୍ଟଦାୟକ ମାନାଯାଏ। ଏହା ଦ୍ବାରା ଆପଣଙ୍କୁ ମାନସିକ ଶାରୀରିକ ଓ ସାମାଜିକ କଷ୍ଟର ସମୁଖୀନ ହେବାକୁ ପଡିପାରେ। ଏହାଦ୍ବାରା ଆପଣ ଅଚାନକ କୌଣସି ସମସ୍ଯା କିମ୍ବା କୋର୍ଟ କଚେରୀ ମାମଲାରେ ଫସି ଯାଇପାରନ୍ତି।
ଏହି ଦିନ ଯଦି କୌଣସି ନୂତନ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତ କରିପାରେ କିନ୍ତୁ ମଙ୍ଗଳବାର ଦିନ ନିବେଶ କରିବେ ନାହିଁ। ସମ୍ଭବତଃ ନିବେଶ ମଙ୍ଗଳବାର ଦିନ ଅପେକ୍ଷା ବୁଧବାର ଦିନ କରିବେ। ଏମିତି ମାନ୍ୟତା ଅଛି ମଙ୍ଗଳବାର ଦିନ ନିବେଶ କରିଲେ କୌଣସି କାମର ଯୋଜନା ସଫଳ ହୋଇନଥାଏ। ଏହା ଦ୍ବାରା ଧନର ହାନି ହୋଇଥାଏ।
ମଙ୍ଗଳବାର ଦିନ ଧାରୁଆ ଜିନିଷ ଯେମିତି ଛୁରୀ କଇଁଞ୍ଚୀ କଣ୍ଟା ଆଦି କିଣିବା ଉଚିତ ନୁହେଁ। ମଙ୍ଗଳଙ୍କୁ ଯୁଦ୍ଧ ଏବଂ ରକ୍ତର କାରକ ମାନାଯାଏ ତ ମଙ୍ଗଳବାର ଦିନ ଧାରୁଆ ଜିନିଷ କିଣିଲେ ପରିବାର ମଧ୍ୟରେ କଳହ ବଢିଥାଏ।
![](https://excusemeodisha.com/wp-content/uploads/2022/03/tuiykftvguyi.jpg)
ମଙ୍ଗଳବାର ଦିନ ଶେଭିଂ କେଶ ନଖ କାଟିବା ଉଚିତ ନୁହେଁ। ଫଟା କପଡା ପିନ୍ଧିବା ଉଚିତ ନୁହେଁ। ଏହା ଦ୍ବାରା ମାନ ହାନିର ଭୟ ବଢିଯାଇଥାଏ। ରାହୁ କେତୁ ଆପଣଙ୍କୁ ଅଭିଶାପ ଦେଇପାରନ୍ତି।
ମଙ୍ଗଳବାର ଦିନ ସିଙ୍ଗାର ବା ସୌନ୍ଦର୍ଯ୍ୟ ଜିନିଷ କିଣିବା ଉଚିତ ନୁହେଁ। ଏମିତି କଲେ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥାଏ। ତ ଏହି ଦିନ ମେକପ ଜିନିଷ କିଣିବା ବହୁତ ଅଶୁଭ ହୋଇଥାଏ। ସୋମବାର କିମ୍ବା ଶୁକ୍ରବାର ଦିନ ମେକପ ଜିନିଷ କିଣିବାକୁ ବହୁତ ଶୁଭ ମାନାଯାଏ। ଏହା ଦ୍ବାରା ସୌଭାଗ୍ୟର ବୃଦ୍ଧି ହୋଇଥାଏ।
ମଙ୍ଗଳବାର ଦିନ କେବେବି କ୍ଷୀରରେ ତିଆରି ମିଠା କିଣନ୍ତୁ ନାହିଁ। କ୍ଷୀରକୁ ଚନ୍ଦ୍ରମାଙ୍କର କାରକ ମାନାଯାଏ। ଚନ୍ଦ୍ରମା ଏବଂ ମଙ୍ଗଳ ପରସ୍ପର ବିରୋଧୀ ଗ୍ରହ ଅଟନ୍ତି। ତେଣୁ ଭୁଲ ରେ ମଧ୍ୟ ମଙ୍ଗଳବାର ଦିନ କ୍ଷୀରରେ ତିଆରି ମିଠା ତଥା ସାମଗ୍ରୀ କିଣନ୍ତୁ ନାହିଁ ଏବଂ ବ୍ୟବହାର କରନ୍ତୁ ନାହିଁ।
ମଙ୍ଗଳବାର ଦିନ ବେଶନରେ ବୁନ୍ଦିଆ ଲଡୁ ପ୍ରସ୍ତୁତ କରି ଭଗବାନ ହନୁମାନଙ୍କୁ ଭୋଗ ଲଗାନ୍ତୁ। ହନୁମାନ ଏହା ଦ୍ବାରା ବହୁତ ପ୍ରସନ୍ନ ହୋଇଥାନ୍ତି।
ଏହି ଦିନ ମାଛ ଖାଉଥିବା ଲୋକଙ୍କର ଟଙ୍କା ପାଣି ଭଳି ବହି ଯାଇଥାଏ।
ମଙ୍ଗଳବାର ଦିନ କେବେବି ଲୁହା ନିର୍ମିତ ବସ୍ତୁ କିଣନ୍ତୁ ନାହିଁ। ଏହି ଦିନ ଲୁହା ନିର୍ମିତ ବସ୍ତୁ କିଣିବା ଦ୍ବାରା ଅଶୁଭ ହୋଇଥାଏ। ଏହା ସହିତ ଷ୍ଟିଲ ଏବଂ ଧାରୁଆ ବସ୍ତୁ ମଧ୍ୟ ମଙ୍ଗଳବାର ଦିନ ଆଦୌ କିଣନ୍ତୁ ନାହିଁ। ଏହି ଦିନ ନୂତନ ବାହନ କିଣିବାକୁ ମଧ୍ୟ ଅଶୁଭ ମାନାଯାଏ।
![](https://excusemeodisha.com/wp-content/uploads/2022/03/iuphgbuip.jpg)
ଏହି ଦିନ ଘରେ ଯଜ୍ଞ କରିବା ଉଚିତ ନୁହେଁ କି ଏହାର ସମ୍ବଦ୍ଧିତ କୌଣସି ବି ଜିନିଷ କିଣିବା ମଧ୍ୟ ଉଚିତ ନୁହେଁ।
ମଙ୍ଗଳବାର ଦିନ କୁ ଭଗବାନ ହନୁମାନଙ୍କ ଦିନ ହୋଇଥାଏ। ଏହି ଦିନ ଭଗବାନ ହନୁମାନଙ୍କୁ ପୂର୍ଣ୍ଣ ରୂପରେ ସମର୍ପଣ ହୋଇଥାଏ। ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ ଆରାଧନା କରିବା ନିମନ୍ତେ ଶ୍ରେଷ୍ଠ ଦିନ ହୋଇଥାଏ। ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଶାସ୍ତ୍ର ରେ କିଛି ଏଭଳି କାର୍ଯ୍ୟ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି ଯଦି ଏହି ଦିନ କରିବେ ତ ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ।
ମଙ୍ଗଳବାର ଦିନ ପୂଜା ସ୍ଥାନରେ ତାନ୍ତ୍ରିକ ହନୁମାନଙ୍କ ଯନ୍ତ୍ରର ସ୍ଥାପନା କରନ୍ତୁ। ପ୍ରତ୍ୟକ ଦିନ ଏହି ଯନ୍ତ୍ରର ପୂଜା କରନ୍ତୁ। ଏହାର ଫଳ ଶୀଘ୍ର ମିଳିଯିବ।
ମଙ୍ଗଳବାର ଦିନ ସନ୍ଧ୍ୟାରେ ହନୁମାନ ମନ୍ଦିର ଯାଇ ସୋରିଷ କିମ୍ବା ଶୁଦ୍ଧ ଘିଅର ଦୀପ ଜଳାଇ ହନୁମାନ ଚାଳିସା ଅବଶ୍ୟ ପାଠ କରନ୍ତୁ। ଏପରି କରିବା ଦ୍ଵାରା ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ଓ ବିଗିଡି ଯାଇଥିବା ସମସ୍ତ କାର୍ଯ୍ୟ ପୁନର୍ବାର ହୋଇଯାଏ।
ସେହିପରି ମଙ୍ଗଳବାର ଦିନ ଅସ୍ତ ଗଛ ତଳେ ବସି ହନୁମାନଙ୍କ ପୂଜା କରିବା ମଧ୍ୟ ଅତ୍ୟନ୍ତ ଶୁଭ ଫଳଦାୟକ ଅଟେ।
ଗାଈକୁ ପ୍ରତ୍ଯେକ ଦିନ ରୋଟି ଖୁଆଇବା ଅତ୍ୟନ୍ତ ଲାଭଦାୟୀ ମାନାଯାଏ। ମଙ୍ଗଳବାର ଦିନ ବିଶେଷ କରି ଲାଲି ଗାଈକୁ ରୋଟି ଖୁଆଇବା ଅତ୍ୟନ୍ତ ମଙ୍ଗଳଦାୟକ ବୋଲି ମାନାଯାଏ। ମଙ୍ଗଳବାର ଦିନ କୌଣସି କାର୍ଯ୍ୟରେ ଯିବାବେଳେ ନିଜ ପାଖରେ ଏକ ଲାଲ ରଙ୍ଗର କପଡା ଅବଶ୍ୟ ରଖନ୍ତୁ। ଦେଖିବେ ଆପଣଙ୍କ କାର୍ଯ୍ୟରେ ସଫଳତାର ସମ୍ଭାବନା ନିଶ୍ଚୟ ବଢିଯିବ ।