କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ୨୫ଟି ରାଜ୍ୟକୁ ମୋଟ ୮୯୨୩. ୮ କୋଟି ଟଙ୍କାର କୋଭିଡ୍ ସହାୟତା ରାଶି ପ୍ରଦାନ
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ରାଜ୍ୟକୁ କୋଭିଡ୍ ସହାୟତା ରାଶି ପ୍ରଦାନ କରାଯାଇଛି । ୨୫ଟି ରାଜ୍ୟକୁ ମୋଟ ୮୯୨୩. ୮ କୋଟି ଟଙ୍କାର ଏହି ସହାୟତା ରାଶି ପ୍ରଦାନ କରିଛି ଅର୍ଥ ମନ୍ତ୍ରାଳୟ ।
✅Centre releases Rs. 8923.8 crore to Panchayats in 25 States
— Ministry of Finance (@FinMinIndia) May 9, 2021
✅Release of grant advanced in view of COVID-19 pandemic
Read More➡️ https://t.co/tnBYurqdaG
(1/4) pic.twitter.com/XIBdeliFua
ଆନ୍ଧ୍ରପ୍ରଦେଶକୁ ୩୮୭. ୮ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଅରୁଣାଞ୍ଚଳ ପ୍ରଦେଶକୁ ୩୪ କୋଟି, ଆସାମକୁ ୨୩୭.୨ କୋଟି, ବିହାରକୁ ୭୪୧.୮ କୋଟି, ଛତିଶଗଡକୁ ୨୧୫ କୋଟି, ଗୁଜୁରାଟକୁ ୪୭୨.୪ କୋଟି, ହରିୟାଣାକୁ ୧୮୭ କୋଟି, ହିମାଚଳ ପ୍ରଦେଶକୁ ୬୩.୪ କୋଟି, ଝାଡଖଣ୍ଡକୁ ୨୪୯.୮ କୋଟି, କର୍ଣ୍ଣାଟକକୁ ୪୭୫.୪ କୋଟି, କେରଳକୁ ୨୪୦.୬ କୋଟି, ମଧ୍ୟ ପ୍ରଦେଶକୁ ୫୮୮.୮ କୋଟି, ମହାରାଷ୍ଟ୍ରକୁ ୮୬୧.୪ କୋଟି, ମଣିପୁରକୁ ୨୬.୨ କୋଟି, ମିଜୋରାମକୁ ୧୩.୮ କୋଟି, ଓଡିଶାକୁ ୩୩୩. ୮ କୋଟି ପ୍ରଦାନ କରାଯାଇଛି । ସେହିପରି ପଞ୍ଜାବକୁ ୨୦୫.୨ କୋଟି, ରାଜସ୍ଥାନକୁ ୫୭୦.୮ କୋଟି, ସିକିମକୁ ୬.୨ କୋଟି, ତାମିଲନାଡୁକୁ ୫୩୩.୨ କୋଟି, ତେଲେଙ୍ଗାନାକୁ ୨୭୩ କୋଟି, ତ୍ରିପୁରାକୁ ୨୮.୨ କୋଟି, ଉତ୍ତର ପ୍ରଦେଶକୁ ୧୪୪୧.୬ କୋଟି, ଉତ୍ତରାଖଣ୍ଡକୁ ୮୫ କୋଟି, ପଶ୍ଚିମବଙ୍ଗକୁ ୬୫୨. ୨ କୋଟି ଟଙ୍କା ପ୍ରଦାନ କରାଯାଇଛି ।