ଅଦ୍ଭୂତ ପୋଲ
ଚେନାବ୍ ନଦୀ ଉପରେ ତିଆରି କରାଯାଉତିବା ଏକ ପୋଲ ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ କୌଣସି ଗୁଣରେ କମ୍ ନୁହେଁ । ପ୍ୟାରିସ୍ର ଏଫେଲ୍ ଟାୱାର୍ର ଉଚ୍ଚତାକୁ ମଧ୍ୟ ଏହା ପଛରେ ପକାଇଦେବ । ଦିଲ୍ଲୀର କୁତବ୍ମୀନାର୍ରୁ ପାଂଚଗୁଣ ଉଚ୍ଚା ରେଲୱେର ଏହି ପ୍ରୋଜେକ୍ଟ ବିଶ୍ୱର ଏକ ନୂଆ କୀର୍ତିରାଜି ହେବାକୁ ଯାଉଛି । ଜାମ୍ମୁର ସବୁଠୁ ପୁରୁଣା ରିୟାସି ଜିଲ୍ଲାରେ ଏହି ପୋଲ ତିଆରି କରାଯାଉଛି । ଏହି ରେଲ୍ୱେକୁ ତିଆରି କରିବା ପୂର୍ବରୁ ଏହି ପାହାଡ଼ିଆ ଅଂଚଳରେ ରେଲ୍ୱେ ୨୫୦ କିଲୋମିଟରର ସଡ଼କ ତିଆରି କରିଛି । ଜାମ୍ମୁର ସଲ୍ଲାଇ ଡ୍ୟାମ୍ ଉପରେ ଏହିପୋଲ ତିଆରି କରାଯାଉଛି । ଦୂରରୁ ଏହି ପୋଲଟି ସ୍କାଏ ବ୍ରିଜ୍ ଭଳି ଦେଖାଯାଉଚି । ୨୦୧୬ ସୁଦ୍ଧା ଏହି ପୋଲ ତିଆରି ହୋଇଯିବ । ପୋଲ ତିଆରି ହୋଇଯିବା ପରେ ଏଠାକାର ଲୋକଙ୍କର ଆର୍ଥିକ ଅବସ୍ଥା ସୁଧୁରିଯିବ । ଏହି ପୋଲଟିକୁ ଏପରି ତିଆରି କରାଯାଇଛି ପବନ ୨୨୫ କିଲୋମିଟର ବେଗରେ ବହିଲେ ବି ପୋଲରେ ଯାତାୟାତ କରୁଥିବା ଟ୍ରେନ୍ଗୁଡ଼ିକରେ କୌଣସି ପ୍ରଭାବ ପକାଇବ ନାହିଁ । ଆସନ୍ତା ୧୨୦ ବର୍ଷ ପର୍ଯ୍ୟନ୍ତ ପୋଲର କିଛି ହେବନାହିଁ ବୋଲି ଏହାକୁ ତିଆରି କରୁଥିବା ଇଞ୍ଜିନିୟର୍ମାନେ କୁହନ୍ତି ।