ମାଟ୍ରିକ ପରୀକ୍ଷା ସୂଚୀ : ସକାଳ ୮ଟାରୁ ଆରମ୍ଭ, ଗଣିତ ପାଇଁ ଅଧିକ ୧୫ ମିନିଟ
ଭୁବନେଶ୍ୱର : ଆସନ୍ତା ଏପ୍ରିଲ ୨୯ରୁ ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିସ୍ତୃତ ସୂଚନା ପ୍ରକାଶ ପାଇଛି ।
ସକାଳ ୮ଟାରୁ ଆରମ୍ଭ ହେବ ପରୀକ୍ଷା । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ମିଳିବ ୨ ଘଣ୍ଟା ସମୟ । କେବଳ ଗଣିତ ବିଷୟ ପାଇଁ ଅଧିକ ୧୫ ମିନିଟ ଅର୍ଥାତ ୨ଘଣ୍ଟା ୧୫ ମିନିଟ ସମୟ ଦିଆଯିବ । ପରୀକ୍ଷା ମୋଟ ୮୦ ମାର୍କ ବିଶିଷ୍ଟ ହେବ । ସେଥିମଧ୍ୟରୁ ୫୦ ମାର୍କର ଅବଜେକଟିଭ୍ ଓ ୩୦ ମାର୍କର ସବଜେକଟିଭ୍ ରହିବ । ଓଏମଆର୍ ସିଟରେ ୫୦ ମାର୍କର ଅବଜେକଟିଭ୍ ପରୀକ୍ଷା ହେବ । ସେହିପରି ପରୀକ୍ଷାର୍ଥୀ ୩୦ ମାର୍କର ସବଜେକଟିଭ୍ ବୁକଲେଟରେ ଦେବେ ।