ସ୍କୁଲ୍ ମିଶ୍ରଣ ନିଷ୍ପତ୍ତି ରଦ୍ଦ ପରେ ସାଙ୍ଗସାଥିଙ୍କ ସହ ଖୁସି ମନାଇଲେ ଭାଇରାଲ୍ ବୟ ତ୍ରୈଲୋକ୍ୟ
- ଆମ ଇସ୍କୁଲ ଏଇଠି ରହିବ ମୁଁ ବହୁତ ଖୁସି
ବାଲିପାଟଣା : ମାନ୍ୟବର ହାଇକୋର୍ଟ ସରକାରଙ୍କ ବିଦ୍ୟାଳୟ ମିଶ୍ରଣ ନିଷ୍ପତ୍ତି ଉପରେ ରୋକ୍ ଲଗାଇବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଭିଭାବକମାନେ ବେଶ ଖୁସିଥିବା ଜଣାପଡ଼ିଛି । ସ୍କୁଲ ଉଠିଯାଉଥିବା ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ଦେଇଥିବା ଭାଇରାଲ୍ ବୟ ତ୍ରୈଲୋକ୍ୟ ରାୟ ନିଜ ସାଙ୍ଗ ସାଥି ମାନଙ୍କ ସହ ସ୍କୁଲରେ ପହଁଞ୍ଚି ବେଶ୍ ଖୁସି ମନାଇଛନ୍ତି । ମାନ୍ୟବର ହାଇକୋର୍ଟଙ୍କୁ ସେ ଧନ୍ୟବାଦ ଦେବା ସହ ଓଡ଼ିଶା ଅଭିଭାବକ ସଂଘ ଏବଂ ରାଜ୍ୟବାସୀଙ୍କ ନିକଟରେ କୃତଜ୍ଞ ବୋଲି ତ୍ରୈଲୋକ୍ୟ କହିଛନ୍ତି । ବିଦ୍ୟାଳୟର ଅଭିଭାବକ ମାନେ ମଧ୍ୟ ଖୁସି । ପିଲାମାନଙ୍କର ସ୍କୁଲ ଅନ୍ୟ ସ୍କୁଲ୍ରେ ମିଶ୍ରଣ ହେବାରୁ ବଞ୍ଚି ଯାଇଥିବାରୁ ଧନ୍ୟବାଦ୍ ଦେଇଛନ୍ତି ଅଭିଭାବକ ।
ସୂଚନା ଯେ, ସରକାର ଯେଉଁ ସ୍କୁଲ୍ ଗୁଡ଼ିକରେ କମ୍ ପିଲା ରହିଛନ୍ତି ସେହି ସ୍କୁଲ୍ ଗୁଡ଼ିକୁ ଅନ୍ୟ ସ୍କୁଲ୍ରେ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାକୁ ଅଭିଭାବକଙ୍କ ସହିତ ଛାତ୍ରଛାତ୍ରୀ ମଧ୍ୟ ବିରୋଧ କରିଥିଲେ ।