ଦୁଇମୁହାଁ ବିଲେଇ ‘ଫ୍ରାଙ୍କ ଏବଂ ଲୁଇ’
- ଗିନିଜ ବୁକ୍ ଅଫ୍ ରେକର୍ଡ଼ ଖାତାରେ ସାମିଲ
ଫ୍ରାଙ୍କ ଏବଂ ଲୁଇ । ଏହି ସୁନ୍ଦର ନାମ ଦୁଇଟି କୌଣସି ବ୍ୟକ୍ତିଙ୍କର ନୁହେଁ, ବରଂ ଦୁଇଟି ବିଲେଇଙ୍କର । ବେଶ୍ କୌତୁକିଆ ଦେଖାଯାଉଥିବା ଫ୍ରାଙ୍କ ଏବଂ ଲୁଇ ଏକ ଦେହଧାରୀ; କିନ୍ତୁ ଦୁଇଟି ମୁହଁ । କେବଳ ଏହି ବିଶେଷତା ପାଇଁ ଖାସ୍ ଏ ଦୁଇଜଣ ଗିନିଜ ବୁକ୍ ଅଫ୍ ରେକର୍ଡ଼ ଖାତାରେ ନିଜକୁ ସାମିଲ କରିପାରିଛନ୍ତି । ବିଶ୍ୱର ଦୁଇଟି ମୁହଁ ଥିବା ବୟସ୍କ ବିଲେଇ ଭାବେ ସେମାନେ ଏହି ରେକର୍ଡ଼ ହାସଲ କରିଛନ୍ତି । ଏବେ ପାଳନ ହୋଇଛି ସେମାନଙ୍କର ୧୨ତମ ଜନ୍ମବାର୍ଷିକୀ । ଫ୍ରାଙ୍କ ଏବଂ ଲୁଇ ।
ସ୍ରଷ୍ଟାଙ୍କ ବିଚିତ୍ର ସୃଷ୍ଟି । ଏ ବୈଚିତ୍ର୍ୟ ଭିତରେ ଦୁଇଜଣ ଗୋଟିଏ ଶରୀରରେ ପାଇଛନ୍ତି ୩ଟି ଆଖି, ଦୁଇଟି ପାଟି ଏବଂ ଦୁଇଟି ନାକ । ତିନୋଟି ଆଖି ଭିତରୁ ତୃତୀୟ ଆଖିଟି ଠିକ୍ ଭାବେ କାମ କରୁନାହିଁ । ଭୟଙ୍କର ଗୋଟିଏ ମସ୍ତିଷ୍କ । ଏଭଳି ଶାରିରୀକ ଅବସ୍ଥା ନେଇ ଜନ୍ମ ହୋଇଥିବା ଯେକୌଣସି ପ୍ରଜାତିର ବିଲେଇ ଅତି ବେଶୀରେ ୧ରୁ ୪ ଦିନ ପର୍ଯ୍ୟନ୍ତ ବଂଚି ରହିପାରେ; କିନ୍ତୁ ଫ୍ରାଙ୍କ ଏବଂ ଲୁଇଙ୍କ କ୍ଷେତ୍ରରେ ଏହା ବ୍ୟତିକ୍ରମ ସାବ୍ୟସ୍ତ ହୋଇଛି । ସେମାନଙ୍କ ପାଇଁ ପ୍ରତିଟି ଦିନ ସ୍ରଷ୍ଟାଙ୍କ ଗୋଟିଏ ଗୋଟିଏ ଆଶୀର୍ବାଦ । ନଚେତ ଏ ଫ୍ରାଙ୍କ ଏବଂ ଲୁଇ ୧୨ ବର୍ଷର ଅଙ୍କ ଛୁଇଁବା ପ୍ରାଣୀବିଜ୍ଞାନୀଙ୍କୁ ବିସ୍ମିତ କରିଥାନ୍ତା ବା କାହିଁକ