ଡୁମେରମୁଣ୍ଡାରୁ ସୁରମା ପଥର ଉଦ୍ଧାର, ଦେଖିବା ପାଇଁ ଭିଡ଼
ସଇଁନ୍ତଲା : ବଲାଙ୍ଗିର ଜିଲା ସଇଁନ୍ତଲା ବ୍ଲକ୍ କଅସର ପଞ୍ଚାୟତ ଡୁମେରମୁଣ୍ଡା ପଥର ଖଣ୍ଡି ଠାରେ ଏକ କମ୍ପାନୀ ଆସି ସୁରୁମା ପଥର ଉଦ୍ଧାର କରିଥିବା ଜଣାପଡିଛି। ଫଳରେ ସ୍ଥାନୀୟ ଲୋକଙ୍କ ଦେଖିବା ପାଇଁ ଭିଡ଼ ପରିଲକ୍ଷିତ ହେଉଛି।
କେଉଁ କମ୍ପାନୀ ଓ କିଏ ନେଉଛି ତାହା ଖଣିଜ ସମ୍ପଦ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ଜଣାପଡିନଥିବା ବେଳେ ହଜାର ଟଙ୍କା ଟନ ସୁରୁମା ପଥର ରହିଥିବା ଜଣାପଡିଛି। ଏନେଇ ଘଟଣା ସମ୍ପର୍କରେ ସ୍ଥାନୀୟ ତହସିଲଦାର ସୁରେନ୍ଦ୍ର ମେହେରଙ୍କୁ ଯୋଗାଯୋଗ କରିବାରୁ ମତାମତ ମିଳିପାରି ନାହିଁ।