ଗ୍ରୀଷ୍ମରେ ତ୍ୱଚ୍ଚାର ଯତ୍ନ
ଋତୁ ବଦଳିବା ସହ ମଣିଷର ଶାରିରୀକ ସୌନ୍ଦଯ୍ୟ ମଧ୍ୟ ବଳଦିଥାଏ । ମାତ୍ର ଉପଯୁକ୍ତ ସଚେତନତା ଓ ଯତ୍ନ ଦ୍ୱାରା ଆମେ ନିଜ ସୌନ୍ଦର୍ଯ୍ୟକୁ ଅନେକ ପରିମାଣରେ ଅତୁଟ ରଖିପାରିବା । ଏଥିପାଇଁ ଆମକୁ ଖରା, ଶୀତ, ବର୍ଷା ପାଇଁ ଅଲଗା ଅଲଗା ପରିଧାନ ସହ ତ୍ୱଚାର ସ୍ୱତନ୍ତ୍ର ରତ୍ନ ନେବାକୁ ହେବ । ଖରାଦିନେ ତ୍ୱଚାରେ ଯତ୍ନ ସମ୍ପର୍କରେ ଆସନ୍ତୁ ଜାଣିବା…
- ଖରା ଓ ଗରମ ପବନ ତ୍ୱଚାରେ ବାଜିଲେ ତାହା ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ଗ୍ରୀଷ୍ମ ଋତୁରେ ଦେହରୁ ଝାଳ ମଧ୍ୟ ବାହାରେ ।
- ଦେହରୁ ସବୁବେଳେ ଅଧିକ ଝାଳ ବାହାରିଲେ ଘିମିରି ବାହାରେ ଓ ଅନ୍ୟାନ୍ୟ ଖରାଦିନିଆ ଚର୍ମରୋଗ ହୋଇଥାଏ ।
- ପ୍ରବଳ ଖରାରେ ବାହାରକୁ ବାହାରିଲେ ତ୍ୱଚାରେ ସୂର୍ଯ୍ୟକିରଣଜନିତ ବିଭିନ୍ନ ରୋଗ ହୋଇଥାଏ ।
- ଅଧିକ ଗରମ ଓ ଝାଳ ଯୋଗୁଁ ଜଙ୍ଘ ଓ କାଖ ଭଳି ଜାଗାରେ ସଂକ୍ରମଣର ଆଶଙ୍କା ରହିଥାଏ ।
- ଖରାଦିନେ ଅନ୍ତତଃ ଦୁଇଥର ଥଣ୍ଡା ପାଣିରେ ଗାଧୋଇବା ଆବଶ୍ୟକ ।
- ସଫା, ଇସ୍ତ୍ରୀକରା ଓ ସୂତି ବସ୍ତ୍ର ପରିଧାନ କରନ୍ତୁ । ଦିନରେ ଦୁଇଥର ଅନ୍ତଃବସ୍ତ୍ର ବଦଳାନ୍ତୁ ।
- ଦିନରେ ୩/୪ଥର ଫେସ୍ୱାଶ୍ ସାହାଯ୍ୟରେ ମୁହଁ ସଫା କରନ୍ତୁ ।
- କାକୁଡ଼ି, ସାନ୍ତରା ବା ମୌସମ୍ବିର ରସ ବାହାର କରନ୍ତୁ । ଏହାକୁ ଟ୍ରେରେ ଢାଳି ଫ୍ରିଜ୍ ଭିତରେ ରଖି ଦିଅନ୍ତୁ । ତାକୁ ପରେ ମୁହଁରେ ଘଷନ୍ତୁ । ଦେଖିବେ ଆପଣଙ୍କ ଚେହେରାରେ ନୂତନ ଚମକ ଆସିବ । ବ୍ରଣ ହୋଇଥିଲେ । ମଧ୍ୟ ଏହା ଲାଭଦାୟକ ହେବ ।
- ପାଣିରେ କିଛି ଫିଟିକିରି ମିଶାଇ ତାକୁ ଆଇସ୍ ଟ୍ୟୁବ୍ରେ ଢାଳି ଫ୍ରିଜ୍ରେ ଉଜ୍ଜ୍ୱଳ ଦିଶେ ।
- ଗରମ ଦିନେ ବ୍ଲିଚିଂ କରାନ୍ତୁ ନାହିଁ । ସେପରି କଲେ ତ୍ୱଚା କଳାପଡ଼ିବାର ଆଶଙ୍କା ରହିଥାଏ ।
- ଖରାରେ ବାହାରକୁ ଯାଇଥିଲେ ତା’ ପୂର୍ବରୁ ସନସ୍କ୍ରିନ ବା ସନ୍ବ୍ଲାକ୍ କ୍ରିମ୍ ଓ ଲୋସନ୍ ଲଗାନ୍ତୁ ।