ଡକାୟତି ଯୋଜନା ପଣ୍ଡ, ୬ ଜଣିଆ ଡକାୟତି ଦଳ ଗିରଫ

ପାଟଣାଗଡ଼ : ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ପାଟଣାଗଡ଼ ପୁଲିସ ପେଟ୍ରୋଲିଙ୍ଗ କଡ଼ାକଡ଼ି କରୁଛି । ଏହି ସମୟରେ ପାଟଣାଗଡ଼ ବଲାଙ୍ଗିର ରାସ୍ତାରେ ଥିବା ଉଳବା ଗାଁ ନିକଟରେ ଡକାୟତି ପାଇଁ ଯୋଜନା ହେଉଥିବା ବେଳେ ଏକ ୬ ଜଣିଆ ଡକାୟତ ଦଳକୁ ଧରିବାରେ ପୁଲିସ ସଫଳ ହୋଇଛି ।
ଉକ୍ତ ଡକାୟତଙ୍କ ମଧ୍ୟରେ ତୁଷୁରାର ୨ଜଣ, ସମ୍ବଲପୁର କ୍ଷେତରାଜପୁରର ୨ଜଣ, ବଉଦ ଜିଲ୍ଲା ମନୁମୁଣ୍ଡା ଓ ବିହାରର ବୋଲି ଜଣାପଡ଼ିଛି । ଏମାନଙ୍କ ନାଁରେ ବିଭିନ୍ନ ଥାନା ଅଞ୍ଚଳରେ ମକଦ୍ଦମା ରହିଥିବା ଜଣାପଡ଼ିଛି । ଏ ସଂକ୍ରାନ୍ତରେ ପାଟଣାଗଡ଼ ଥାନାରେ ଏକ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଡକାୟତି କାର୍ଯ୍ୟରେ ବ୍ୟବହୃତ ଏକ ବଡ଼ କଟର, ୨ଟି ଲୁହାଛଡ଼, ୨ଟି ଛୁରା ଓ ୪ଟି ମୋବାଇଲ ଜବତ କରାଯାଇଛି ବୋଲି ଥାନାଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।