ଓଡ଼ିଶାରେ ପ୍ଲାଟୋ ଷ୍ଟେଜ୍ରେ କରୋନା : ଡିଏମଇଟି
ଭୁବନେଶ୍ୱର : ଓଡ଼ିଶାରେ ଏବେ ପ୍ଲାଟୋ ଷ୍ଟେଜ୍ ରେ ଅଛି କରୋନା । ଗତ ଦୁଇ ତିନି ଦିନ ହେବ ଫ୍ଲାଟ୍ ବା ସମାନ୍ତରାଳ ଷ୍ଟେଜରେ ରହିଛି କରୋନା ସଂକ୍ରମଣ । ଯେହେତୁ ଗତ ୫ ଦିନ ହେବ ଗୋଟିଏ ଲେଭେଲରେ ସଂକ୍ରମଣ ରହୁଛି ତେଣୁ ଏହାକୁ ପ୍ଲାଟୋ ବୋଲି କୁହାଯାଉଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ଆଗକୁ ଏହି ସ୍ଥିତି ବା ପରିସଂଖ୍ୟାନ କମିପାରେ ବୋଲି ଆଶା କରାଯାଉଛି ବୋଲି ସେ କହିଛନ୍ତି । ଆଗକୁ କ’ଣ ହେବ ନିର୍ଦ୍ଦିଷ୍ଟ ଭାବେ କହି ହେବନି । ପିଜିଟିଭ ସଂଖ୍ୟା ଏହିପରି ରହିବ ବୋଲି ଆଶା କରାଯାଉଛି । ଲୋକଙ୍କ ଭିତରେ ସନ୍ଦେହ ହେଉଛି ଯେ, ରାଜ୍ୟରେ ଆଇସିୟୁ ବେଡ୍ କମି କମି ଯାଉଛି । ମାତ୍ର ରାଜ୍ୟରେ ଅନେକ ଆଇସିୟୁ ବେଡ୍ ରହିଛି । ଆଗକୁ ଯଦି ପରିସଂଖ୍ୟାନ ବଢେ ସେହି ଅନୁପାତରେ ଭେଣ୍ଟିଲେଟର ବି ବଢାଯିବ ବୋଲି ଡିଏମଇଟି କହିଛନ୍ତି । ଯେଉଁ ହସ୍ପିଟାଲରେ ବେଡ଼ ଫିଲପ ହେଇ ଯାଉଛି ଅନ୍ୟ ଜିଲ୍ଲାକୁ ରୋଗୀମାନଙ୍କୁ ପଠା ଯାଉଛି । ରାଜ୍ୟରେ ଏବେ ବି ପ୍ରାୟ ୭୦ ପ୍ରତିଶତ ବେଡ଼ ଖାଲି ରହିଛି । ଆମେ ଅକ୍ସିଜେନ ବଳକା ରାଜ୍ୟ । ରାଜ୍ୟରେ ଅକ୍ସିଜେନ ଅଭାବ ନ ହେବ ସେଥିପାଇଁ ସବୁ ସିଲିଣ୍ଡର ଗୁଡିକୁ ଭରି ମହଜୁଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି ।
ସୂଚନା ଯେ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬ ହଜାରରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ୍ ୪୧୪୦୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୯୦୭୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୬୨୯୩୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ କରୋନା ଯୋଗୁଁ ୧୯୯୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୯୯୧୭୮୯୪ସାମ୍ପୁଲ ଟେଷ୍ଟ୍ ହୋଇଛି ।