ରାଜ୍ୟ ଗୁଡ଼ିକୁ ମାଗଣାରେ କରୋନା ଟିକା ପ୍ରଦାନ କରାଯିବ
ନୂଆଦିଲ୍ଲୀ : ଦେଶରେ ମହାମାରୀ ପାଇଁ ଦୟନୀୟ ସ୍ଥିତି । ହୁ ହୁ ହୋଇ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ମୃତକ ସଂଖ୍ୟା ମଧ୍ୟ ବଢିଚାଲିଛି । ଏହାରି ମଧ୍ୟରେ କରୋନା ଟିକାକୁ ନେଇ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି । ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା ପାଇଁ ୧୫୦ ଟଙ୍କା ଦର ଧାର୍ଯ୍ୟ କରାଯାଇଛି । ତେବେ ଟିକା ବିତରଣକାରୀ ସଂସ୍ଥା ଠାରୁ କେନ୍ଦ୍ର ସରକାର ୧୫୦ ଟଙ୍କା ଦରରେ ଟୀକା କ୍ରୟ କରିବେ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟ ଗୁଡ଼ିକୁ ମାଗଣାରେ କରୋନା ଟୀକା ପ୍ରଦାନ କରାଯିବ । ମେ ମାସ ପହିଲାରୁ ଦେଶରେ ୧୮ ବର୍ଷରୁ ଅଧିକ ବୟସ ପୀଢ଼ିକୁ ଟୀକାକରଣ ନେଇ ଘୋଷଣା କରାଯାଇଛି । ଏହା ପରେ ଖୋଲା ବଜାରରେ ଟୀକା ଉପଲବ୍ଧ ନେଇ ସେରମ୍ ଇନଷ୍ଟିଚ୍ୟୁଟ ପକ୍ଷରୁ କୋଭିସିଲ୍ଡ ଟୀକା ଦର ଘୋଷଣା କରାଯାଇଥିଲା । କୋଭିସିଲ୍ଡ ଟୀକା ସରକାରୀ ମେଡିକାଲ ପାଇଁ ଡୋଜ ପିଛା ୪୦୦ ଟଙ୍କା ଓ ଘରୋଇ ମେଡିକାଲ ପାଇଁ 600 ଟଙ୍କା ଧାର୍ଯ୍ୟ କରାଯାଇଥିଲା । ତେବେ ବର୍ତ୍ତମାନ ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ୍ ଟୀକା କେନ୍ଦ୍ର ସରକାରଙ୍କ ପାଇଁ 150 ଟଙ୍କା ଦର ଧାର୍ଯ୍ୟ କରାଯାଇଛି । ରାଜ୍ୟ ଗୁଡ଼ିକୁ ମାଗଣାରେ କରୋନା ଟୀକା ପ୍ରଦାନ କରାଯିବ ।