ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି : ଡିଏମଇଟି
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । କିନ୍ତୁ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ସ୍ଥିତି ଭଲ ଅଛି। ଖାସ୍ କରି ପଶ୍ଚିମ ଓଡିଶାରେ ସ୍ଥିତିରେ ସୁଧାର ଆସିଛି ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି । କରୋନା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ସେହିପରି ରାଜ୍ୟରେ ବେଡ଼ ମହଜୁଦ ରହିଛି। ଯେଉଁଠି ଆବଶ୍ୟକ ଅଧିକ ବେଡ଼ ସୃଷ୍ଟି କରାଯାଉଛି। ଅକ୍ସିଜେନ ରାଜ୍ୟରେ ଉପଯୁକ୍ତ ପରିମାଣର ରହିଛି। କେଭିଡ କେୟାର ସେଣ୍ଟରରେ ବି ଅକ୍ସିଜେନ ବ୍ୟବସ୍ଥା କରାଯାଉଛି। ମେ ମାସବେଳକୁ ପିକରେ ରହିବାର ସମ୍ଭାବନା ରହିଛି। ବିଚଳିତ ହୋଇ ଡାକ୍ତରଖାନାକୁ ଆସନ୍ତୁ ନାହିଁ। ଜଣେ ରୋଗୀ ଆସିଲେ ତାଙ୍କ ସହ ଅନ୍ୟମାନେ ଡାକ୍ତରଖାନାରେ ଭିଡ଼ କରନ୍ତୁ।
ସୂଚନା ଯେ, କରୋନା ମହାମାରୀ ବ୍ୟାପକ ରୂପ ଧାରଣ କରିଥିବା ବେଳେ ମେଡ଼ିକାଲଗୁଡ଼ିକରେ ଅକ୍ସିଜେନର ଘୋର ସଙ୍କଟ ଦେଖାଦେଇଛି। ଅକ୍ସିଜେନର ସଙ୍କଟକୁ ସୁଧାରିବା ପାଇଁ ଇସ୍ପାତ କାରଖାନାଗୁଡ଼ିକରେ ମହଜୁଦ ତରଳ ଅକ୍ସିଜେନ୍କୁ ମେଡ଼ିକାଲଗୁଡ଼ିକୁ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଅନୁରୋଧ କରି ଏକ କମିଟି ଗଠନ କରିବା ପରେ ଟାଟା ଷ୍ଟିଲର କଳିଙ୍ଗନଗର, ଢେଙ୍କାନାଳ ଓ ଜାମସେଦପୁର କାରଖାନାରୁ ଦୈନିକ ୩ଶହରୁ ୪ଶହ ଟନ ତରଳ ଅକ୍ସିଜେନ ଯୋଗାଇ ଦେଇବାକୁ ବ୍ୟବସ୍ଥା କରାଯାଇଛି।