ଘରେ ଦେଖାଦେଉଛି କି ବାସ୍ତୁ ଦୋଷ? ରଖନ୍ତୁନି ଏସବୁ ଜିନିଷ, ଧନ ଆଗମନରେ ହେବ ବାଧା
ଘରେ ଯଦି ବାସ୍ତୁ ଦୋଷ ରହିଥାଏ, ତେବେ କେବଳ ଘରର ସଦସ୍ୟଙ୍କ ଉନ୍ନତିରେ ବାଧାପ୍ରାପ୍ତ ହୋଇ ନ ଥାଏ, ବରଂ ଦୈନନ୍ଦିନ ଜୀବନରେ ବି ସମସ୍ୟା ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଜିନିଷରେ ଶକ୍ତି ରହିଛି। ଏହା ବ୍ୟକ୍ତିର ଜୀବନରେ ସକରାତ୍ମକ ଓ ନକାରାତ୍ମକ ଦୁଇ ପ୍ରକାର ପ୍ରଭାବ ପକାଇଥାଏ। ଏପରିସ୍ଥଳେ ଅନେକ ସମୟରେ କାମ ହେଉ ହେଉ ବିଗିଡ଼ିଯାଏ। ଏଭଳି ସ୍ଥିତି ଆପଣଙ୍କ ସହିତ ବାରମ୍ବାର ହେଉଛି କି? ତେବେ ଏହା ପଛରେ ଗୃହଦୋଷ ବି ହୋଇପାରେ। ବାସ୍ତୁ ଶାସ୍ତ୍ର ଅନୁସାରେ ଅନେକ ସମୟରେ ଘରେ ରଖାଯାଇଥିବା କିଛି ଜିନିଷ ସଫଳତାରେ ବାଧା ଓ ସମସ୍ୟାର କାରଣ ହୋଇପାରେ।
ଘରେ ରଖନ୍ତୁନି ଏହି ପା ପୋଛ :
ଘରେ ଫଟା ପା ପୋଛ ରଖିବା ଉଚିତ ନୁହେଁ। ଏହାଦ୍ବାରା ଘରେ ଆସିବାକୁ ଥିବା ଧନର ଆଗମନରେ ବାଧା ସୃଷ୍ଟି ହୋଇଥାଏ। ଏହାଦ୍ବାରା ମା’ ଲକ୍ଷ୍ମୀଙ୍କ ବାସ ମଧ୍ୟ ହୋଇ ନ ଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଫଟା ପା’ ପୋଛରେ ପାଦ ରଖି ଘରେ ପ୍ରବେଶ କରିବା ଫଳରେ ସମସ୍ୟା ମଧ୍ୟ ଘରକୁ ଆସିଯାଏ।
ଖରାପ ଜିନିଷ :
ଖରାପ ହୋଇଯାଇଥିବା ଜିନିଷ ବାସ୍ତୁ ଅନୁସାରେ ରଖିବା ଉଚିତ ନୁହେଁ। ଖରାପ କିମ୍ବା ବନ୍ଦ ଥିବା ଘଣ୍ଟା ଘରେ ରଖନ୍ତୁନି। ଏହାଦ୍ବାରା ଘରେ ନକାରାତ୍ମକ ଶକ୍ତି ଆସିଥାଏ।
ଦାନ ଜିନିଷ ରଖନ୍ତୁନି :
ବାସ୍ତୁ ଅନୁସାରେ ଦାନ ଦିଆଯିବାକୁ ଥିବା ଜିନିଷକୁ ଅଧିକ ସମୟ ଘରେ ରଖନ୍ତୁନି। ଯଦି ଆପଣ ଦାନ ପାଇଁ ଟଙ୍କା କିମ୍ବା ଅନ୍ଯ କିଛି ଜିନିଷ ରଖିଛନ୍ତି, ତେବେ ତାହାକୁ ତୁରନ୍ତ ଦାନ କରନ୍ତୁ।
ବିଛଣା ତଳେ ରଖନ୍ତୁନି ଏସବୁ :
ବିଛଣା ତଳେ କୌଣସି ଜିନିଷ ରଖିବା କେତେକ ଲୋକଙ୍କ ଅଭ୍ୟାସ। ବିଛଣା ତଳେ ଜୋତା ଚପଲ ଭଳି ଜିନିଷ ରଖନ୍ତୁନି।
ଭଙ୍ଗା ଜିନିଷ :
ନିଜ ଘରେ ଭଙ୍ଗା ବାସନ, ଚେୟାର ଆଦି ରଖନ୍ତୁନି। ଯେଉଁ ଜିନିଷ ବ୍ୟବହାର କରୁ ନାହାନ୍ତି କିମ୍ବା ଭାଙ୍ଗି ଯାଇଛି, ତାହାକୁ ଫିଙ୍ଗି ଦିଅନ୍ତୁ। ବାସ୍ତୁ ଅନୁସାରେ ଘରେ ଏଭଳି ଜିନିଷ ରଖିବା ଫଳରେ ଆର୍ଥିକ ସମସ୍ୟା ହୋଇଥାଏ।