ମାଟ୍ରିକ୍ ପରୀକ୍ଷା ବାତିଲ ପରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଛାତ୍ର
ଭୁବନେଶ୍ୱର : ରାଜ୍ୟରେ କରୋନାକୁ ଦୃଷ୍ଟିରେ ରଖି ମାଟ୍ରିକ୍ ପରୀକ୍ଷାକୁ ବାତିଲ କରାଯାଇଛି । କରୋନା ସମୟରେ ଏଭଳି ନିଷ୍ପତ୍ତି ନେଇଥିବାରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ୧୦ମ ଶ୍ରେଣୀ ଛାତ୍ର ଭେଟି ଧନ୍ୟବାଦ ଜଣାଇଛନ୍ତି । ମନ୍ତ୍ରୀଙ୍କ ସରକାରୀ ବାସଭବନରେ ଭେଟି ଫୁଲତୋଡା ଦେଇ ଧନ୍ୟବାଦ ଜଣାଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଛାତ୍ରମାନେ ଧନ୍ୟବାଦ ଜଣାଇଛନ୍ତି ।
ସିବିଏସଇ ମାଟ୍ରିକ୍ ପରୀକ୍ଷା ବାତିଲ କରିବା ପରେ ଗତ ବୁଧବାର ଭୁବନେଶ୍ବର ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ସଂକ୍ରମଣ ବଢୁଥିବାରୁ ପରୀକ୍ଷା ବାତିଲ କରିବା ପାଇଁ ଛାତ୍ରମାନେ ଦାବି କରିଥିଲେ। ଏହାପରେ ମାଟ୍ରିକ୍ ଏବଂ ମଦ୍ରସା ବୋର୍ଡ ପରୀକ୍ଷାକୁ ବାତିଲ କରିଥିଲେ ସରାକର । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । କୋଭିଡ୍ ମହାମାରୀ ଅତ୍ୟଧିକ ସଂକ୍ରମଣ ବୃଦ୍ଧି ଆଖି ଆଗରେ ରଖି ମାଟ୍ରିକ୍ ପରୀକ୍ଷା ବାତିଲ କରିଥିଲେ । ଏପଟେ ଛାତ୍ରଛାତ୍ରୀ ଓ ଅବିଭାବକ ଦ୍ବନ୍ଦ ଦୂର ହୋଇଥିବା ବେଳେ ଶିକ୍ଷାବିତ୍ ଏବଂ ଶିକ୍ଷକ ସଂଘ କିନ୍ତୁ ତଥାପି ଦ୍ବନ୍ଦ୍ବରେ ରହିଛନ୍ତି। ମାର୍କିଂ କେମିତି କରାଯିବ ସେନେଇ ପ୍ରଶ୍ନ ଅସମାହିତ ହୋଇ ରହିଛି।