କଦଳୀ ପରଟା
ସାମଗ୍ରୀ:
୫୦୦ଗ୍ରାମ ଅଟା, ୫ଟି ପାଚିଲା କଦଳୀ, ୧୦୦ଗ୍ରାମ କ୍ଷୀର, ୨ ଚାମଚ ଚିନି, ଚିମୁଟାଏ ଲୁଣ ଓ ଘିଅ ।
ପ୍ରସ୍ତୁତି:
ଅଟାରେ ସାମାନ୍ୟ ଲୁଣ, ପାଚିଲା କଦଳୀ, ଚିନି ଓ କ୍ଷୀର ପକାଇ ନରମ ହେବା ପର୍ଯ୍ୟନ୍ତ ଭଲଭାବେ ଚକଟନ୍ତୁ । ପରେ ଏହାକୁ ଛୋଟ ଛୋଟ ଗୋଲ୍ କରନ୍ତୁ । ବେଲଣାପଟାରେ ତିନିକୋଣିଆ କରି ବେଲନ୍ତୁ । ବର୍ତ୍ତମାନ ତାୱା ଗରମ କରି ବେଲା ଯାଇଥିବା ରୁଟିକୁ ପକାନ୍ତୁ । ଉଭୟ ପାଶ୍ୱର୍ ଅଳ୍ପ ସିଝି ଆସିଲାବେଳକୁ ତା’ ଉପରେ ଘିଅ ଦିଅନ୍ତୁ । ପରଟା ଫୁଲି ଟିକେ ହଳଦିଆ ରଙ୍ଗର ହୋଇଗଲେ କାଢ଼ି ଦିଅନ୍ତୁ । ବର୍ତ୍ତମାନ କଦଳୀ ପରଟା ପ୍ରସ୍ତୁତ । ଗରମ ଗରମ ସରୁ ଆଳୁ ଭଜା ସହ ପରଷନ୍ତୁ ।