ରାଜ୍ୟରେ ଆଉ ୧୫୦୩ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର: ରାଜ୍ୟରେ ସୋମବାର ୪୪୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୩୪୭୬୩୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।
ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫୨ ଜଣ ଆରୋଗ୍ୟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୧୯୧, ନୂଆପଡ଼ାରୁ ୧୨୫, ସମ୍ୱଲପୁରରୁ ୭୭, ନବରଙ୍ଗପୁରରୁ ୬୮, ବଲାଙ୍ଗିରରୁ ୫୯, ବରଗଡ଼ରୁ ୫୧, କଟକରୁ ୫୧, କେନ୍ଦୁଝରରୁ ୪୯, ମୟୂରଭଞ୍ଜରୁ ୪୯, କଳାହାଣ୍ଡିରୁ ୪୬, ପୁରୀରୁ ୪୪, ଗଞ୍ଜାମରୁ ୩୧, ରାୟଗଡ଼ାରୁ ୩୧, ଭଦ୍ରକରୁ ୩୦, ଦେବଗଡ଼ରୁ ୨୯, ଅନୁଗୋଳରୁ ୨୭, ଝାରସୁଗୁଡ଼ାରୁ ୨୩, ଗଜପତିରୁ ୧୯, ଯାଜପୁରରୁ ୧୯, ବାଲେଶ୍ୱରରୁ ୧୭, ଜଗତସିଂହପୁରରୁ ୧୫, ସୋନପୁରରୁ ୧୫, ନୟାଗଡ଼ରୁ ୧୩, କୋରାପୁଟରୁ ୭, ମାଲକାନଗିରିରୁ ୬, ଢେଙ୍କାନାଳରୁ ୫, କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୪ ଓ ଷ୍ଟେଟ୍ ପୁଲରୁ ୪୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ।