ମଟର କୋଫ୍ତା
ସାମଗ୍ରୀ :
ସିଝା ମଟର- ୧ କପ୍, ପନିର୍- ୧କପ୍, ସିଝା ଆଳୁ-୨, କଣ୍ଣ୍ର୍ଫ୍ଲାୱାର୍-୨ ଚାମଚ, ଅଦା-ରସୁଣ-କଂଚାଲଙ୍କା ପେଷ୍ଟ୍-୩ ଚାମଚ, ଅଦା-କଂଚା ଲଙ୍କା ପେଷ୍ଟ୍-୧/୨ ଚାମଚ, ଲଙ୍କା ଗୁଣ୍ଡ- ୧/୨ ଚାମଚ, କଟା ପିଆଜ-୧, କଟା ଟମାଟୋ-୧, ଚିନି-୧/୨ ଚାମଚ, କସୁରୀ ମେଥି-୧/୨ ଚାମଚ, ଧନିଆ ପାଉଡର୍-୧ ଚାମଚ, ଗରମ ମସଲା-୧ ଚାମଚ, ଫ୍ରେଶ୍ କ୍ରିମ୍- ୨ଚାମଚ, ରିଫାଇନ୍ ତେଲ-୧୦୦ ଗ୍ରାମ୍, କଟା ଧନିଆ ପତ୍ର-୨ ଏବଂ ଲୁଣ (ସ୍ୱାଦ ଅନୁସାରେ) ।
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ମଟର ଏବଂ ଆଳୁକୁ ଭଲଭାବେ ଚକଟି ଦିଅନ୍ତୁ । ସେଥିରେ କିଛି କର୍ଣ୍ଣଫ୍ଲାୱାର୍, ଅଦା-କଂଚାଲଙ୍କା ପେଷ୍ଟ ଏବଂ ଲୁଣ ମିଶାଇ ଭଲଭାବେ ଗୋଳାନ୍ତୁ । ଏବେ ଅନ୍ୟ ଏକ ପାତ୍ରରେ ପନିର୍ରେ ଲୁଣ ଏବଂ ଲଙ୍କାଗୁଣ୍ଡ ମିଶାଇ ଗୋଳାନ୍ତୁ । ପରେ ମଟର ଚକଟାକୁ ପିଠା ଆକାର ଦେଇ ସେଥିରେ ପନିର୍କୁ ପୁର ଭାବେ ରଖି ଗୋଳା ପ୍ରସ୍ତୁତ କରନ୍ତୁ । କଡେଇରେ ତେଲ ଗରମ କରି ସେଥିରେ ଏହି ଗୋଳାରୁ ଗୋଟିଏ ଗୋଟିଏ ନେଇ ଛାଣନ୍ତୁ । ଲାଲ୍ ହୋଇଯିବା ପରେ ତାକୁ କାଢ଼ି ଅନ୍ୟତ୍ର ରଖନ୍ତୁ । ଏବେ ବଳକା ତେଲରେ ଜିରା, ପିଆଜ, ଟମାଟୋ, ଅଦାରସୁଣ-ଲଙ୍କା ପେଷ୍ଟ୍କୁ ପକାଇ କିଛି ସମୟ ଭାଜନ୍ତୁ । ସେଥିରେ ଗରମ ମସଲା, ଟମାଟୋ, ଜିରା ପାଉଡର୍ ପକାଇ ଭଲଭାବେ କଷନ୍ତୁ । ମସଲା କଷି ହେବା ପରେ କ୍ରୀମ୍ ଏବଂ ଚିନିପାଣି ଦେଇ ୫ ମିନିଟ୍ ଫୁଟାନ୍ତୁ । ଶେଷରେ କୋଫ୍ତାକୁ ମସଲାରେ ପକାଇ ଦିଅନ୍ତୁ । ପ୍ରସ୍ତୁତ ହେଲା ମଟର କୋଫ୍ତା । ଗରମ ଗରମ ରୁଟି ସହ ପରଷନ୍ତୁ ।