କବାବ-ଇ-ବାହାର

ସାମଗ୍ରୀ:
ପନିର-୨୫୦ ଗ୍ରାମ, କ୍ୟାପ୍ସିକମ୍ ୧ଟା, ପିଆଜ-୨ଟା, ୪ଟା କଞ୍ଚାଲଙ୍କା, ଅଦା- ଗୋଟେ ଇଞ୍ଚ, ଚାଟ୍ ମସଲା, ଦହି- ଅଧକପ୍, ଲୁଣ, କମଳା ରଙ୍ଗ ଚାମଚେ, ଲେମ୍ବୁରସ- ଅଧଚାମଚ, ଚିନି, ଲଙ୍କାଗୁଣ୍ଡ- ୧ ଚାମଚ, ବଟର- ୧ ଚାମଚ, ଧନିଆ ପାଉଡର-୧ ଚାମଚ ।
ପ୍ରସ୍ତୁତି:
ପନିରକୁ ସରୁ ସରୁ କାଟିବ । ସେଥିରେ ଚାଟ୍ମସଲା, ଦହି, ଲୁଣ, କମଳା ରଙ୍ଗ ଟିକେ, ଲେମ୍ବୁରସ, ଚିନି, ଲଙ୍କାଗୁଣ୍ଡ ଗୋଳେଇ ଅଧଘଣ୍ଟାଏ ରଖ । ପ୍ୟାନ୍ରେ ବଟର ପକାଇ ଜୀରା ଫୁଟାଅ । ପିଆଜ କଟା, ଟମାଟୋ କଟା, ଧନିଆ ପାଉଡର, ଲଙ୍କା ପାଉଡର ଅଧ ଚାମଚ ଲେଖାଏଁ ଦେଇ ଭାଜ । ମେରିନେଟ୍ ହୋଇଥିବା ପନିରକୁ ପକାଅ ଓ କଟା କ୍ୟାପ୍ସିକମ୍କୁ ମଧ୍ୟ ପକାଇ ଭାଜ । ହାଲକା ଗରମ ହେଲେ ଏକ ପ୍ଲେଟ୍କୁ ସବୁ କାଢ଼ି ଦେଇ ଓଭାନରେ ୨୦୦ଡିଗ୍ରୀ ସେଣ୍ଟିଗ୍ରେଡ୍ରେ ୧୦ ମିନିଟ୍ ବସାଅ । ଉପରେ ଗରମ ମସଲା ଗୁଣ୍ଡ ଛିଞ୍ଚି ସଜାଇ ଦେବ ।