ଚୂନମାଟି ଅତଡା ଖସି ୩ ମୃତ ଓ ଜଣେ ଗୁରୁତର
କୋରାପୁଟ :କେରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ଥାନା ଅଞ୍ଚଳରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଚୂନମାଟି ଅତଡା ଖସି ୩ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଶ୍ରମିକ ଗୁରୁତର ଥିବା ଜଣାଯାଇଛି। ତାଙ୍କୁ ଉଦ୍ଧାର କରାଯାଏ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ରାମୁଲାମା ମୁଷୁରୀ(୪୦) ତାଙ୍କ ଝିଅ ଦେବୀ ମୁଷୁରୀ(୧୭) ଏବଂ ମିତୁଲା କୋଟା(୨୭)। ମିତୁଲା କୋଟା(୨୮) ଗୁରୁତର ହୋଇଛନ୍ତି।
ସୂଚନା ଯେ, ରେଙ୍ଗା ଗ୍ରାମପଂଚାୟତ ଅନ୍ତର୍ଗତ ପଡ଼ାଗୁଡ଼ା ଗାଁ ନିକଟକୁ ଆଜି ପୂର୍ବାହ୍ଣରେ ୧୧ଟାରେ ରାଲେଗଡା ଗ୍ରାମ ପଞ୍ଚାୟତର ମିରିଆଲୁପାଡୁ ଗ୍ରମାର ୧୧ ଜଣ ମହିଳା ଘର ଲିପିବା ପାଇଁ ମାଟି ଆଣିବାକୁ ଯାଇଥିଲେ। ଏହି ସମୟରେ ଚୂନମାଟି ଅତଡ଼ା ଖସିପଡ଼ିଥିଲା। ଏହି ଚୂନମାଟି ଅତଡ଼ା ମହିଳାଙ୍କ ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣ ମହିଳା ଚାପି ହୋଇଥିଲେ। ଅନ୍ୟ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ପଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଯେ, ପୋଲିସ ଘଟଣାସ୍ଥଳକୁ ପହଞ୍ଚିଥିଲା। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ୩ ଜଣଙ୍କର ମୃତଦେହ ଉଦ୍ଧାର କରିଛି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ପଡ଼ାଗୁଡ଼ା ଗାଁରେ ଶୋକର ଛାୟା ଖେଳିଯାଇଛି।