ଆଇପିଏଲ୍-୨୦୨୧ ଫାଇନାଲ : କେକେଆରର ବ୍ୟାଟିଂ ବିପର୍ଯ୍ୟୟ, ୧୦୮/୪
![](https://thetruths.in/wp-content/uploads/2021/10/KKR-1.jpg)
ଦୁବାଇ : ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆଜି ଖେଳାଯାଉଛି ଆଇପିଏଲ-୨୦୨୧ର ଟାଇଟଲ୍ ମୁକାବିଲା ଜାରି ରହିଛି। ଏଥିରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପରକିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ। ଫାଇନାଲ୍ ମ୍ୟାଚ୍ରେ ଟସ୍ ଜିତି କେକେଆର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଚେନ୍ନାଇ ପ୍ରଥମ ବ୍ୟାଟିଂ କରିଥିଲା । ଚେନ୍ନାଇ ପକ୍ଷରୁ ଫାଫ୍ ଡୁପ୍ଲେସିସଙ୍କ ଧୂଆଁଧାର ବ୍ୟାଟିଂ ବଳରେ କେକେଆର୍ ବିପକ୍ଷରେ ୨୦ ଓଭରରେ ୩ ୱିକେଟ୍ ହରାଇ ୧୯୨ ରନ୍ କରିଛି। ଫଳରେ ଫାଇନାଲ ମୁକାବିଲା ଜିତିବା ପାଇଁ କେକେଆରକୁ ୧୯୩ ରନ୍ ଆବଶ୍ୟକ ରହିଛି। ଏହାର ଜବାବରେ କେକେଆର ପକ୍ଷରୁ ଭଲ ଓପନିଂ ଆରମ୍ଭ ହୋଇଥିଲା । ଓପନିଂ ଆସିଥିବା ଶୁଭମନ ଗିଲ ଓ ଭେଙ୍କଟେଶ ଆୟରଙ୍କ ଦମଦାର ଖେଳ ପ୍ରଦର୍ଶନ କରିଥିଲେ । ବିଶେଷ କରି ଭେଙ୍କଟେଶ ୩୧ ବଲରୁ ୫୦ ରନର ପାଳି ଖେଳିଥିଲେ । ମାତ୍ର ୧୧ତମ ଓଭରରେ ସାର୍ଦ୍ଧୁଲ ଠାକୁରଙ୍କ ୧୧ତମ ଓଭରରେ ସବୁ ଓଲଟପାଲଟ ହୋଇଯାଇଥିଲା । ସାର୍ଦ୍ଧୁଲଙ୍କ ବୋଲରେ ପ୍ରଥମେ ଭେଙ୍କଟେଶ ଶିକାର ହୋଇଥିବା ବେଳେ ପରେ ଉକ୍ତ ଓଭରରେ ନୀତିଶ ରାଣା (୦) ରନରେ ଆଉଟ ହୋଇଥିଲେ । ପରେ ବ୍ୟାଟିଂ କରିବାକୁ ଆସିଥିବା ସୁନୀଲ ନାରିନ ମଧ୍ୟ ମାତ୍ର ୨ ରନ କରି ହାଜେଲଉଡ଼ଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ପୁଣି କେକେଆରକୁ ଆଉ ଏକ ଝଟକା ଲାଗିଛି । ଓପନର ଗିଲ ମଧ୍ୟ ନିଜର ଅର୍ଦ୍ଧଶତକ ପରି ଖେଳି ଦୀପକ ଚହରଙ୍କ ବୋଲରେ ଆଉଟ ହୋଇଛନ୍ତି । ଫଳରେ କେକେଆର ୧୩.୨ ଓଭର ସୁଦ୍ଧା ୧୦୮ ରନ କରି ୪ ଉଇକେଟ ହରାଇଛି । ଜିତିବା ପାଇଁ ୪୦ ବଲରେ ଆଉ ୮୫ ରନ ଆବଶ୍ୟକ ରହିଛି ।
ଚେନ୍ନାଇ ପକ୍ଷରୁ ଓପନ୍ କରିବାକୁ ଆସିଥିବା ଡୁପ୍ଲେସିସ୍ ଓ ଗାଏକ୍ୱାଡ୍ ଆରମ୍ଭରୁ ଦୁଇ ଓଭର ସତର୍କତାର ସହ ବ୍ୟାଟିଂ କରିଥିଲେ। କିନ୍ତୁ ଦୁହେଁ ଧୀରେ ଧୀରେ ରନ୍ ଗତି ବଢ଼ାଇଥିଲେ। ଦୁହେଁ ପ୍ରଥମ ୱିକେଟ ପାଇଁ ୬୧ ରନର ଭାଗିଦାରୀ କରିଥିଲେ। ଗାଏକ୍ୱାଡ୍ ୩୨ (୨୭ ବଲ, ୩ ଚୌକା, ୧ ଛକା) ରନ୍ କରି ସୁନୀଲ ନରିନଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ରବିନ୍ ଉଥାପ୍ପା ପୁଣିଥରେ ଖେଳିଥିଲେ ଆକ୍ରମଣାତ୍ମକ ଇନିଂସ୍। ସେ ମାତ୍ର ୧୫ ବଲରେ ୩୧ ରନର (୩ ଛକା) ଧୂଆଁଧାର ଇନିଂସ୍ ଖେଳିଥିଲେ, ଯାହା ବଳରେ ଚେନ୍ନାଇର ରନ୍ ଗତି ବଢ଼ିଥିଲା। ଉଥାପ୍ପାଙ୍କୁ ମଧ୍ୟ ନରିନ୍ ନିଜର ଶିକାର ବନାଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ଡୁପ୍ଲେସିସଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୬୩ ରନ୍ ଯୋଡ଼ିଥିଲେ। ମୋଇନ୍ ଅଲୀ ମଧ୍ୟ ଠିକଣା ସମୟରେ କ୍ଲିକ୍ କରିଥିଲେ ଏବଂ ଖେଳିଥିଲେ ବିସ୍ଫୋରକ ଇନିଂସ୍। ଡୁପ୍ଲେସିସ୍ ଓ ମୋଇନ୍ ମିଶି ଦଳକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୬୮ ରନ୍ ଯୋଡ଼ିଥିଲେ। ଡୁପ୍ଲେସିସ୍ ଇନିଂସର ଶେଷ ବଲରେ ଆଉଟ୍ ହୋଇଥିଲେ। ସେ ୫୯ ବଲରେ ୭ ଚୌକା ଓ ୩ ଛକା ସହ ୮୬ ଓ ମୋଇନ୍ ୨୦ ବଲରେ ୨ ଚୌକା ଓ ୩ ଛକା ସହ ୩୭ ରନ କରି ଅପରାଜିତ ଥିଲେ। କେକେଆର୍ ପକ୍ଷରୁ ନରିନ୍ ୨ଟି ଓ ଶିବମ ମାଭି ଗୋଟିଏ ୱିକେଟ୍ ନେଇଥିଲେ।