ସୁପ୍ରିମକୋର୍ଟରେ ଭର୍ଚୁଆଲରେ ହେବ ଶୁଣାଣି
- ୫୦%ରୁ ଅଧିକ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି। ଏହାରି ମଧ୍ୟରେ ସୁପ୍ରିମକୋର୍ଟର ୫୦%ରୁ ଅଧିକ କର୍ମଚାରୀ-ଅଧିକାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ଜଣାପଡିବା ପରେ ସର୍ବୋଚ୍ଚ ଅଦାଲତ ପରିସରରେ ଏନେଇ ଆତଙ୍କ ଖେଳିଯାଇଛି। ସଂକ୍ରମିତ କର୍ମଚାରୀଙ୍କୁ ଗୃହାବଦ୍ଧ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିସହିତ ସର୍ବୋଚ୍ଚ ଅଦାଲତର ସମସ୍ତ କୋର୍ଟ ରୁମ୍ ଏବଂ ସମୁଦାୟ ପରିସରକୁ ସାନିଟାଇଜ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଇତିମଧ୍ୟରେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି ସେମାନଙ୍କ ଘରେ ଥାଇ ଭିଡିଓ କନଫରେନ୍ସିଂ ଜରିଆରେ ମାମଲାଗୁଡିକର ବିଚାର କରିବେ ବୋଲି ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ କୁହାଯାଇଛି।
All the benches which are scheduled to sit at 10:30 am will sit at 11:30 am and those scheduled to sit at 11 am will sit at 12 noon in Supreme Court, today: Additional Registrar, DEU pic.twitter.com/rfRHH49xAC
— ANI (@ANI) April 12, 2021
ପରେ କୋର୍ଟ ପରିସରକୁ ବିଶୋଧନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି କୋର୍ଟରେ ଶୁଣାଣି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଫଳରେ ସମସ୍ତ ଶୁଣାଣି ଘରେ ବସି ଭର୍ଚୁଆଲରେ କରିବାକୁ ନିଷ୍ପତ୍ତି ହୋଇଛି । ପାଖାପାଖି ୧ ଘଣ୍ଟା ବିଳମ୍ୱରେ ସମସ୍ତ ବେଞ୍ଚ ବସିବ । ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନେରାଲ କହିଛନ୍ତି ସଂକ୍ରମିତଙ୍କ ଡାଟା ସବୁ ସଂଗ୍ରହ କରାଯାଇଛି । ତେବେ ଏମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ତଥ୍ୟ ବି ସଂଗ୍ରହ କରାଯାଉଛି ।