ବିଶ୍ୱରେ କାୟା ମେଲାଉଛି ମହାମାରୀ କରୋନା

- ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୯ଲକ୍ଷ ୪୮ହଜାର ୮୨୪ ଓ ସଂକ୍ରମିତ ସଂଖ୍ୟା ୧୩କୋଟି ୬୬ଲକ୍ଷ ୧୩ହଜାର ୭୨୧କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ସୋମବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯ଲକ୍ଷ ୪୮ହଜାର ୮୨୪ ଓ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩କୋଟି ୬୬ଲକ୍ଷ ୧୩ହଜାର ୭୨୧କୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୦କୋଟି ୯୮ଲକ୍ଷ ୪୦ହଜାର ୪୯୫ ସୁସ୍ଥ ହୋଇ ଥିବାବେଳେ ୨କୋଟି ୩୮ଲକ୍ଷ ୨୪ହଜାର ୪୦୨ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୧୯ଲକ୍ଷ ୧୮ହଜାର ୩୬୨ ସଂକ୍ରମିତ ଓ ୫ଲକ୍ଷ ୭୫ହଜାର ୮୨୧ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୩୪ଲକ୍ଷ ୮୨ହଜାର ୫୪୩ସଂକ୍ରମିତ ଓ ୩ଲକ୍ଷ ୫୩ହଜାର ୨୯୩ମୃତ, ଫ୍ରାନ୍ସରେ ୪୯ ଲକ୍ଷ ୩୯ ହଜାର ୨୫୮ ସଂକ୍ରମିତ ଓ ୯୮ ହଜାର ୬୫ ମୃତ, ଋଷିଆରେ ୪୬ ଲକ୍ଷ ୪୧ହଜାର ୩୯୦ ସଂକ୍ରମିତ ଓ ୧ଲକ୍ଷ ୨ ହଜାର ୯୮୬ଜଣ ମୃତ, ୟୁକେରେ ୪୩ ଲକ୍ଷ ୬୯ ହଜାର ୭୭୫ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୮୭ମୃତ, ତୁର୍କୀରେ ୩୮ ଲକ୍ଷ ୪୯ ହଜାର ୧୧ସଂକ୍ରମିତ ଓ ୩୩ ହଜାର ୯୩୯ମୃତ, ଇଟାଲିରେ ୩୭ ଲକ୍ଷ ୬୯ହଜାର ୮୧୪ସଂକ୍ରମିତ ଓ ୧ଲକ୍ଷ ୧୪ ହଜାର ୨୫୪ମୃତ, ସ୍ପେନରେ ୩୩ ଲକ୍ଷ ୪୭ ହଜାର ୫୧୨ ସଂକ୍ରମିତ ଓ ୭୬ ହଜାର ୩୨୮ ମୃତ, ଜର୍ମାନୀରେ ୩୦ ଲକ୍ଷ ୯ହଜାର ୫୪୧ ସଂକ୍ରମିତ ଓ ୭୮ ହଜାର ୯୬୪ମୃତ, ପୋଲାଣ୍ଡରେ ୨୫ ଲକ୍ଷ ୭୪ ହଜାର ୬୩୧ସଂକ୍ରମିତ ଓ ୫୮ ହଜାର ୪୨୧ମୃତ ରହିଛନ୍ତି ।