୧୫ ଲକ୍ଷର ବ୍ରାଉନ ସୁଗାର ଜବତ, ଅଭିଯୁକ୍ତ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲାରେ ଦିନକୁ ଦିନ ବଢ଼ି ଚାଲିଛି ବ୍ରାଉନ ସୁଗାର ବେପାର । ଦୈନନ୍ଦିନ କେଉଁଠୁ ନା କେଉଁଠୁ ବ୍ରାଉନ୍ସୁଗାର କାରବାରରେ ଅଭିଯୁକ୍ତ ଗିରଫ ହେବା ସହ ବ୍ରାଉନସୁଗାର ଜବତ ମଧ୍ୟ ହେଉଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ସଦାନନ୍ଦପୁର ଗାଁ ରେ ପୋଲିସ ଚଢ଼ାଉ କରି ବିପୁଳ ପରିମାଣ ରେ ବ୍ରାଉନ ସୁଗାର ଜବତ କରିଛି । ଏଥିସହ ବ୍ରାଉନସୁଗାର ବେପାରୀ ସେଖ ଅଜରୁଦ୍ଦିନଙ୍କୁ ଗିରଫ କରାଯାଇଛି ।
ସୂଚନାରୁ ପ୍ରକାଶ ବୁଧବାର ବିଳମ୍ବିତ ରାତିରେ ବସ୍ତା ଥାନା ଆଇଆଇସି ସୁବ୍ରତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରି ୧୫୩ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା । ଅଭିଯୁକ୍ତଙ୍କୁ ପୋଲିସ ଥାନାକୁ ଆଣି ଏହି ବେପାରର ରେ ଆଉ କେଉଁ ମାନଙ୍କ ସମ୍ପୃକ୍ତି ରହିଛି ତାହାର ତଦନ୍ତ ଚଳାଇଥିଲା । ଏ ସଂକ୍ରାନ୍ତରେ ଏକ ମାମଲା (ନଂ ୨୮୧/୨୧) ରୁଜୁ କରି ଗୁରୁବାର ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ଅଭିଯୁକ୍ତ ଜଣକ ଜଣେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରିଆସୁଥିଲେ । ବର୍ଷେ ପୂର୍ବରୁ ବସ୍ତା ଅଞ୍ଚଳରେ କିଛି ନିଶା ବେପାରି ସହ ମିଶି ବ୍ରାଉନସୁଗାର କାରବାର ଆରମ୍ଭ କରିଥିବା ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି ।