ପ୍ରତ୍ୟେକ ପ୍ରତ୍ୟେକଙ୍କୁ ଟିକା ଦେବାରେ ସହାୟତା କରନ୍ତୁ : ପ୍ରଧାନମନ୍ତ୍ରୀ
- ‘ଟିକା ଉତ୍ସବ’ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଟୁଇଟ୍
ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମଣ । ଇତିମଧ୍ୟରେ ରବିବାର ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ଲକ୍ଷ ଟପିଛି। ଅପରପକ୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ କରୋନାଭାଇରସ୍ ନମନ୍ତେ ଟିକା ଦେବା ପାଇଁ ରବିବାର ଠାରୁ ଦେଶବ୍ୟାପୀ ଆରମ୍ଭ ହେଉଛି ‘ଟିକା ଉତ୍ସବ’। ଏହା ଏପ୍ରିଲ୍ ୧୧ରୁ ଆରମ୍ଭ ହୋଇ ଏପ୍ରିଲ୍ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ।
आज से हम सभी, देशभर में टीका उत्सव की शुरुआत कर रहे हैं। कोरोना के खिलाफ लड़ाई के इस चरण में देशवासियों से मेरे चार आग्रह हैं… https://t.co/8zXZ0bqYgl
— Narendra Modi (@narendramodi) April 11, 2021
ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଲେଖିଛନ୍ତି ଯେ, ଆଜି ଠାରୁ ଆମେ ସମସ୍ତେ ଦେଶବ୍ୟାପୀ ଟିକା ଉତ୍ସବର ଆରମ୍ଭ କରୁଛନ୍ତି। କରୋନା ବିରୋଧରେ ସଂଗ୍ରାମର ଏହି ପର୍ଯ୍ୟାୟରେ ଦେଶବାସୀଙ୍କୁ ମୋର ୪ଟି ଅନୁରୋଧ। ପ୍ରତ୍ୟେକ ପ୍ରତ୍ୟେକଙ୍କୁ ଟିକା ଦେବାରେ ସହାୟତା କରନ୍ତୁ। ଯେଉଁମାନେ ଟିକା ସଂକ୍ରାନ୍ତରେ ଜାଣନ୍ତି ନାହିଁ, ସେମାନଙ୍କୁ ଏ ସଂକ୍ରାନ୍ତରେ ଜଣାନ୍ତୁ। ସମସ୍ତଙ୍କୁ ଏହି ମାରାତ୍ମକ ଭୂତାଣୁ କବଳରୁ ବଞ୍ଚାଇବାରେ ସହାୟତା କରନ୍ତୁ। ଯେଉଁଠି କରୋନାଭାଇରସ୍ ସଂକ୍ରମଣ ଚିହ୍ନଟ ହେଲା, ସେଠାରେ ମାଇକ୍ରୋ କଣ୍ଟେନ୍ମେଣ୍ଟ୍ ଜୋନ୍ କରନ୍ତୁ।
टीका उत्सव पर देशवासियों से आग्रह। pic.twitter.com/GvGV3OCnP7
— PMO India (@PMOIndia) April 11, 2021
ସୂଚନା ଯେ, ଗତ ଗୁରୁବାର ଦିନ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଉତ୍ସବର ଆୟୋଜନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରିଥିଲେ। ଉତ୍ସବରେ ଯୋଗଦେବାକୁ ଜନସାଧାରଣଙ୍କୁ ଅପିଲ୍ କରାଯାଇଛି । ଏପ୍ରିଲ ୧୧ ଜ୍ୟୋତିରାଓ ଫୁଲେଜୀଙ୍କ ଜୟନ୍ତୀ ଏବଂ ଏପ୍ରିଲ ୧୪ରେ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଥିବାରୁ ଏହି ୪ ଦିନ ‘ଟିକା ଉତ୍ସବ’ ପାଳନ ହେବ ଏବଂ ଅଧିକରୁ ଅଧିକ ଲୋକଙ୍କର ଟିକାକରଣ କରାଯିବ ।