ବାରହା ମାଂସ ଜବତ, ୪ ଗିରଫ
ଅନୁଗୁଳ : ପୁଣି ଜବତ ହେଲା ବାରହା ମାଂସ । ଏଥିସହିତ ଏଥିରେ ସମ୍ପୃକ୍ତ ୪ ଅଭିଯୁକ୍ତ ଗିରଫ କଲା ବନବିଭାଗ । ଏପରି ଏକ ଅଭାବନୀୟ ଘଟଣା ଅନୁଗୁଳ ଜିଲା ଛେଣ୍ଡିପଦା ରେଞ୍ଜ ଅଞ୍ଚଳରେ ଘଟିଛି ।
ସୂଚନା ଯେ, ଛେଣ୍ଡିପଦା ରେଞ୍ଜ କଣଲୋଇ ଗ୍ରାମରୁ ବନ ବଭାଗ ପକ୍ଷରୁ ଚଢ଼ାଉ କରାଯାଇ ବାରହା ମାଂସ ଚମଡା ଓ ରନ୍ଧା ମାଂସ ଜବତ କରାଯାଇଛି। ଶୁକ୍ରବାର ରାତି ୧୧ ଟାରେ ଖବରପାଇ ରେଞ୍ଜର ପ୍ରତାପ ଚନ୍ଦ୍ର ରାଉଳଙ୍କ ନେତୃତ୍ୱରେ ବନ ବଭାଗ ଟିମ୍ ଗ୍ରାମରେ ଚଢ଼ାଉ କରିଥିଲେ। ସେମାନେ ଏକ କେଜି ରନ୍ଧା ବାରହା ମାଂସ, ଦୁଇଟି ଗୋଡ଼, ଚମଡା ଓ ଏକ କେଜି କଞ୍ଚା ମାଂସ ଜବତ କରିଥିଲେ। ଘଟଣାରେ ୪ ଜଣଙ୍କୁ ଗିରଫ କରି ବନ ବିଭାଗ ତଦନ୍ତ ଚଳାଇଛି।