ଟ୍ରେନ୍ ୪ଘଂଟା ଲେଟ୍ ହେଲେ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ କହିଛନ୍ତି ଯେ ଟ୍ରେନ୍ର ଲେଟ୍ ହେବା ଉପରେ ରେଲୱେ ଯାତ୍ରୀମାନଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିବ । ଜଷ୍ଟିସ୍ ଏମ୍ଆର୍ ଶାହଙ୍କ ଖଣ୍ଡପୀଠରେ ଶୁଣାଣୀରେ କହିଛନ୍ତି ଯେ ସାର୍ବଜନିକ ପରିବହନକୁ ନିଜ କ୍ଷେତ୍ରରେ ରହିବାକୁ ହେବ ଏବଂ ପ୍ରତିଯୋଗିତାରେ ରହିବା ଦରକାର ତେବେ ନିଜକୁ ସୁଧାରିବାକୁ ପଡ଼ିବ ।
ବିଳମ୍ବିତ ଟ୍ରେନ୍ କୁ ନେଇ ଏକ ମାମଲାରେ ଯାତ୍ରୀଙ୍କୁ ୩୦ ହଜାର ଟଙ୍କାର କ୍ଷତିପୂରଣ ଦେବାପାଇଁ କୋର୍ଟ ଆଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଯାତ୍ରୀମାନଙ୍କ ସମୟ ବହୁତ ମୂଲ୍ୟବାନ ଅଟେ । ଟ୍ରେନ୍ ଲେଟ୍ କାରଣ ପାଇଁ କେହି ନା କେହି ଉତରଦାୟୀ ଅଟନ୍ତି । ଲୋକ ଶାସନ ଏବଂ ପ୍ରଶାସନର ଦୟା ଉପରେ ନିର୍ଭର କରିପାରିବେ ନାହିଁ । ଏହି ଆବେଦନ ସଞ୍ଜୟ ଶୁକ୍ଳା ଦାୟର କରିଥିଲେ । ସଞ୍ଜୟ ଶୁକ୍ଳା ନିଜ ପରିବାର ସହ ୧୧ ଜୁନ୍, ୨୦୧୬ ଦିନ ଆଜମେର-ଜାମ୍ମୁ ଏକ୍ସପ୍ରେସ୍ରେ ଯାତ୍ରା କରୁଥିଲେ । ଟ୍ରେନ୍ ସକାଳ ୮.୧୦ରେ ଜାମ୍ମୁରେ ପହଂଚିବାର ଥିଲା କିନ୍ତୁ ଏହା ୧୨ଟାରେ ପହଂଚିଥିଲା । ତାଙ୍କୁ ମଧ୍ୟାହ୍ନ ୧୨ଟାରେ ଫ୍ଲାଇଟ୍ରେ ଜାମ୍ମୁରୁ ଶ୍ରୀନଗର ଯିବାର ଥିଲା । ଏହି ଡେରି କାରଣରୁ ତାଙ୍କର ଫ୍ଲାଇଟ୍ ମିସ୍ ହୋଇଗଲା ଏବଂ ତାଙ୍କ ପରିବାରକୁ ଟ୍ୟାକ୍ସିରେ ଜାମ୍ମୁରୁ ଶ୍ରୀନଗର ଯିବାକୁ ପଡ଼ିଥିଲା ।