ପରଲୋକରେ ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆ
ମୁମ୍ବାଇ: ବଲିଉଡ୍ ଅଭିନତା ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କ ପରଲୋକ ହୋଇଯାଇଛି। ନିଜେ ଅକ୍ଷୟ କୁମାର ଟ୍ୱିଟର ମାଧ୍ୟମରେ ପ୍ରଶଂସକଙ୍କୁ ଏହି ଦୁଃଖଦ ଖବର ସମ୍ପର୍କରେ ସୂଚନା ଦେଇଛନ୍ତି ।ଅକ୍ଷୟ କୁମାରଙ୍କ ମା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ କିଛି ଦିନ ପୂର୍ବରୁ ତାଙ୍କୁ ମୁମ୍ବାଇର ପୋୱଇସ୍ଥିତ ହିରାନନ୍ଦାନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଥିବା ମା’ଙ୍କ ଯତ୍ନ ନେବା ପାଇଁ ଅକ୍ଷୟ କୁମାର ଦୁଇ ଦିନ ତଳେ ଲଣ୍ଡନରୁ ମୁମ୍ବାଇରେ ପହଞ୍ଚିଥିଲେ। ଅକ୍ଷୟ କୁମାର ଗତ କିଛି ସପ୍ତାହ ଧରି ଲଣ୍ଡନରେ ତାଙ୍କର ଆଗାମୀ ଫିଲ୍ମ ‘ସିନ୍ଦୂର’ର ସୁଟିଂରେ ବ୍ୟସ୍ତ ଥିଲେ, କିନ୍ତୁ ତାଙ୍କ ମାଙ୍କ ଅବସ୍ଥା ଗୁରୁତର ଥିବା ଜାଣିବା ମାତ୍ରେ ଅକ୍ଷୟ କୁମାର ବିମାନ ଯୋଗେ ମୁମ୍ବାଇ ଫେରିଥିଲେ।
ଏନେଇ ଅକ୍ଷୟ କୁମାର ସୋଶାଲ୍ ମିଡିଆ ଯୋଗେ ତାଙ୍କ ମା’ଙ୍କ ଦେହାନ୍ତ ଖବରକୁ ପ୍ରକାଶ କରି କହିଛନ୍ତି। ଅକ୍ଷୟ ଗତ କିଛି ଦିନ ଧରି ତାଙ୍କର ଆଗାମୀ ଫିଲ୍ମ ‘ସିଣ୍ଡ୍ରେଲା’ର ଶୁଟିଂରେ ବ୍ୟସ୍ତ ଥିଲେ। ହେଲେ ମା’ଙ୍କ ଅସୁସ୍ଥତା ହେତୁ ସେ ଲଣ୍ଡନରୁ ମୁମ୍ବାଇକୁ ଫେରି ଆସିଥିଲେ। ଏବେ ଅକ୍ଷୟ ନିଜ ସୋସିଆଲ ମିଡିଆ ଏକ ପୋଷ୍ଟରେ ସେୟାର କରି ଲେଖିଛନ୍ତି, କି ସେ ମୋ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ। କିନ୍ତୁ ଆଜି ଅସହନୀୟ ଯନ୍ତ୍ରଣା ହେଉଛି। ଆଜି ସକାଳେ ମୋ ମା’ ଦୁନିଆକୁ ଛାଡି ଅଲବିଦା କହିଛନ୍ତି । ଏହା ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଏବେ ମା’ ବି ତାଙ୍କ ପାଖକୁ ଚାଲି ଯାଇଛନ୍ତି। ମୁଁ ଓ ମୋ ପରିବାର ଏବେ ଏକ କଷ୍ଟକର ସମୟ ଦେଇ ଗତି କରୁଛୁ । ଏହି ସମୟରେ ଆପଣମାନଙ୍କ ପ୍ରାର୍ଥନା ପାଇଁ ବହୁତ ବହୁତ ଧନ୍ୟବାଦ ।