ରାମ ମନ୍ଦିର ପରିସରରେ ଥିବା ଫଙ୍କ୍ସନ୍ ହଲ୍କୁ ସିଲ କଲା ବିଏମସି
ଭୁୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ରାମ ମନ୍ଦିର ପରିସରରେ ଥିବା ଫଙ୍କ୍ସନ୍ ହଲ୍କୁ ସିଲ କରିଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ବିନା ଅନୁମତିରେ ଜନପଥସ୍ଥିତ ରାମ ମନ୍ଦିର ପରିସରରେ ଥିବା ଫଙ୍କ୍ସନ୍ ହଲ୍ରେ ଏକ ଜନ୍ମଦିନ ଉତ୍ସବ ପାଳନ ହେଉଥିବାରୁ ହଲ୍କୁ ସିଲ୍ କରାଯାଇଛି । ସଂକ୍ରମଣ ହେତୁ ଭୁବନେଶ୍ୱରରେ ସମସ୍ତ ସଭାସମିତି ଓ ଉତ୍ସବ ଲାଗି ବିଏମସିର ଅନୁମତି ବାଧ୍ୟତାମୂଳକ କରାଯାଇଛି ।