ନାଇଟ କର୍ଫ୍ୟକୁ ଆହୁରି କଡାକଡି କରାଯିବ
ଭୁବନେଶ୍ୱର : ରାଜ୍ୟରେ ନାଇଟ କର୍ଫ୍ୟକୁ ଆହୁରି କଡା କଡି କରା ଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ । ସେ କହିଛନ୍ତି ଯେ ୧୦ ଜିଲ୍ଲାରେ ରାତି ୧୦ ରୁ ସକାଳ ୫ ଏନଫୋର୍ସ ମେଂଟ କଡ଼ାକଡ଼ି କରାଯାଉଛି । ଯେଉଁ ଲୋକ ପଡ଼ୋଶୀ ଛତିଶଗଡ଼ରୁ ଆସୁଛନ୍ତି ସେମାନଙ୍କୁ ଅନୁଧ୍ୟାନ କରାଯାଉଛି । ଜିଲ୍ଲାପାଳ ଓ ପୁଲିସ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି ।
ସୂଚନା ଯେ, ରାଜ୍ୟରେ ଆବଶ୍ୟକ ପଡିଲେ ଲାଗୁ ହୋଇପାରେ ଡେ କର୍ଫ୍ୟୁ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କରୋନା ସ୍ଥିତିର ସମୀକ୍ଷା ପାଇଁ ସୀମାବର୍ତ୍ତୀ ଅଞ୍ଚଳରେ ଆମ ପର୍ଯ୍ୟବେକ୍ଷକ ଗସ୍ତ କରିଛନ୍ତି ଓ ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି। କରୋନା ଟେଷ୍ଟିଂ କେମିତି ବଢ଼ିବ ତା’ ଉପରେ ଗୁରୁତ୍ୱ ଦିଆଯାଉଛି। ସ୍କୁଲ, ଏୟାରପୋର୍ଟ, ରେଲ ଷ୍ଟେସନରେ କୋଭିଡ଼ ବାହାରିଲାଣି। ସେଥିପାଇଁ ଆମକୁ ଅଧିକ ଗୁରୁତ୍ୱ ଦେବାକୁ ପଡିବ। ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଦରକାର ପଡ଼ିଲେ ରାତ୍ରି କର୍ଫ୍ୟୁ ସରକାର ଅନୁମତି ଲୋଡିପାରିବେ ଓ ରିପୋର୍ଟ ପଠାଇବେ। ବାଚସ୍ପତି କହିଛନ୍ତି ଦରକାର ପଡିଲେ ଦିନ କର୍ଫ୍ୟୁ କରାଯିବ ସ୍ୱାସ୍ତ୍ୟମନ୍ତ୍ରୀ ବି କହିଲେ ଦରକାର ପଡିଲେ ଦିନରେ କର୍ଫ୍ୟୁ କରାଯିବ। ସେହିପରି ଗତ ରବିବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ୪-୫ ଦିନ ମଧ୍ୟରେ ଡେ କର୍ଫ୍ୟୁ ଲାଗୁ ହୋଇପାରେ ବୋଲି କହିଥିଲେ । ସରକାର ଏଦିଗରେ ଅନୁଧ୍ୟାନ କରୁଥିବା କହିଥିଲେ । କିନ୍ତୁ ପରେ ଏସଆରସି ବର୍ତ୍ତମାନ ସ୍ଥିତିରେ ଡେ କର୍ଫ୍ୟୁ ଲାଗୁ ନେଇ କୌଣସି ଯୋଜନା ନଥିବା ସ୍ପଷ୍ଟ କରିଥିଲେ ।