ମା’ ହେଲେ ଟିଏମସି ସାଂସଦ ନୁସରତ
କଲିକତା : ଲୋକପ୍ରିୟ ବଂଗୀୟ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାନ ମା ହୋଇଛନ୍ତି । ସେ କଲିକତାର ଏକ ଘରୋଇ ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ବୁଧବାର ଦିନ ନୁସରତ ଜାହାନଙ୍କୁ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଗୁରୁବାର ସକାଳେ ନୁସରତ ଜହାନ ତାଙ୍କ ଇନଷ୍ଟାଗ୍ରାମ ହେଣ୍ଡେଲରେ ଡାକ୍ତରଖାନାର ଏକ ଫଟୋ ସେୟାର କରିଛନ୍ତି ।
ବଙ୍ଗାଳି ଅଭିନେତୃ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜହାଁ ଗତ କିଛି ଦିନ ହେଲା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନୁସରତ ମା’ ହୋଇଯାଇଛନ୍ତି। ବୁଧବାର ଦିନ ସେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗୁରୁବାର ସକାଳେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ନୁସରତ ଗୁରୁବାର ସକାଳୁ ହସ୍ପିଟାଲରୁ ଏକ ଫଟୋ ସେୟାର କରିଥିଲେ ଓ ନିଜ ପାଇଁ ସକାରାତ୍ମକ କଥା କହିଥିଲେ। ଫଟୋ ସେୟାର କରି କ୍ୟାପ୍ସନରେ ସେ ଲେଖିଥିଲେ, ‘ଡର ଆଗରେ ଭରସା. #positivity #morningvibes’ ଏହା ସହ ସେ ଏକ ହାର୍ଟ ଇମୋଜୀ ମଧ୍ୟ ସେୟାର କରିଥିଲେ। ହସ୍ପିଟାଲ ସୂତ୍ର ଅନୁଯାୟୀ ମା’-ପୁଅଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଶିଶୁର ଓଜନ ୨.୯ କିଲୋଗ୍ରାମ ଅଛି। ଡାକ୍ତର ଉଭୟ ମା’ ଓ ଶିଶୁର ଯତ୍ନ ନେଉଛନ୍ତି। ଖୁବ ଶୀଘ୍ର ତାଙ୍କୁ କ୍ୟାବିନକୁ ସ୍ଥାନାନ୍ତର କରାଯିବ।