ଆସିଲା ଅଗଷ୍ଟ ଗାଇଡଲାଇନ୍ : ସେପ୍ଟେମ୍ବର ୧ ଯାଏଁ ବଢିଲା ଆଶିଂକ ଲକଡାଉନ୍
- ୩ ରେ ରାତି ୮ରୁ ସକାଳ ୬ ନାଇଟ୍ କର୍ଫ୍ୟୁ
- ସାରା ରାଜ୍ୟରେ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ
ଭୁବନେଶ୍ୱର : ରାଜ୍ୟରେ ଅଗଷ୍ଟ ମାସ ପାଇଁ ଆସିଲା ଗାଇଡଲାଇନ୍। ଏସ୍ଆରସି ପ୍ରଦୀପ କୁମାର ଜେନା ଶନିବାର ନୂଆ କୋଭିଡ୍ ଗାଇଡଲାଇନ୍ ଜାରି କରିଛନ୍ତି । ରାଜ୍ୟରେ ସେପ୍ଟେମ୍ବର ୧ ତାରିଖ ଯାଏଁ ଜାରି ରହିବ ଆଂଶିକ ଲକଡାଉନ। ୨୭ ଜିଲାରେ ସଂକ୍ରମଣ ନଗଣ୍ୟ ରହିଛି । ଫଳରେ ଅନ୍ୟ କଟକ, ଭୁବନେଶ୍ୱର ଓ ପୁରୀ ୩ ଜିଲାରେ ରାତି ୮ ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ । ଏହି ୩ ଜିଲାରେ ରାତି ୮ ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ସହିତ ସପ୍ତାହାନ୍ତ ସଟ୍ଡାଉନ୍ ମଧ୍ୟ ଜାରି ରହିବ ।
ଧିରେ ଧିରେ ଅନଲକ ଆଡ଼କୁ ଗତି କରୁଛି ଓଡ଼ିଶା। ଫଳରେ କୋଭିଡ ଗାଇଡଲାଇନ୍ ସହିତ ମଲ, ପାର୍କ ଏବଂ ସିନେମା ହଲ ଖୋଲିବ । ରାଜ୍ୟରେ ଖୋଲିବ ସମସ୍ତ ଧାର୍ମିକ ଅନୁଷ୍ଠାନ । ତେବେ ମନ୍ଦିର ଖୋଲିବ କି ନାହିଁ ସେ ନିଷ୍ପତ୍ତି ପରିଚାଳନା କମିଟି ନେଇପାରିବେ । ସେହିପରି ରାତି ୮ଟା ଯାଏଁ ଖୋଲା ରହିବ ଦୋକାନ ବଜାର । ୫୦% ଲୋକ ହୋଟେଲ ରେ ବସି ଖାଇ ପାରିବେ । ଯାତ୍ରା ଶିଳ୍ପ ୫୦% ଦର୍ଶକଙ୍କୁ ନେଇ ଚାଲି ପାରିଵ । ଉଠା ଦୋକାନୀ, ଠେଲା ଦୋକାନ ରେ କୋବିଡ଼ ନିୟମ ମାନି ଛିଡା ହୋଇ ଖାଇ ପାରିବେ । ପାର୍କ ଓ ସମୁଦ୍ରକୂଳ ରେ ବୁଲିବାକୁ ଅନୁମତି । ସାରା ରାଜ୍ୟରେ ଦୋକାନ ବଜାର ରାତି ୮ ଯାଏ ଖୋଲା ରହିବ । ସମସ୍ତ ଆହାର କେନ୍ଦ୍ର ଖୋଲାରହିବ । ରାସ୍ତାକଡ଼ ଜଳଖିଆ ଦୋକାନରେ ବସି ଖାଇପାରିବେ । ବିବାହରେ ୨୫, ଶୁଦ୍ଧିକ୍ରିୟାରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି । ବିବାହ ଭୋଜି ଉପରେ ପୂର୍ବପରି କଟକଣା ଜାରି ରହିବ । ମୀନା ବଜାର ଖୋଲାଯାଇପାରିବ । ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ । ରାଜ୍ୟରେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲି ପାରିବ ଅପେରା । ବସରେ ଯେତିକି ସିଟ୍ ସେତିକି ଯାତ୍ରୀଙ୍କୁ ନେଇ ଜାରି ରହିବ ବସ ଚଳାଚଳ । ଅଧିକ ସଂଖ୍ୟକ କିମ୍ବା ଠିଆ ହୋଇ ଯାଇପାରିବେ ନାହିଁ ଯାତ୍ରୀ । ମ୍ୟୁଜିୟମ, ନନ୍ଦନକାନନ, ସାପ୍ତାହିକ ହାଟ ଖୋଲା ରହିବ । ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଖୋଲିବ । କୋହଳ ହୋଇଥିବା ସ୍ଥାନମାନଙ୍କରେ କୋଭିଡ କଟକଣା କଡାକଡି ପାଳନ କରିବାକୁ ନିର୍ଦେଶାବଳୀ ଜାରି ହୋଇଛି ।
The news updates in THE TRUTH is very important and useful.
Thnk u Bhai