ବାଲେଶ୍ୱର : ଫାଶୀ ଦେଇ ଆଇନଜୀବୀଙ୍କ ଆତ୍ମହତ୍ୟା
ବାଲେଶ୍ୱର : ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଛଣପୁର ଗ୍ରାମର ଶଶିକାନ୍ତ ଦାସ (୬୦) ଶୁକ୍ରବାର ସନ୍ଧ୍ୟା ୭ଟା ସମୟରେ ନିଜ ଘରେ ବେକରେ ଫାଶି ଦେଇ ଆତ୍ମହତ୍ୟା କରିଛନ୍ତି । ତେବେ ଶବ ବ୍ୟବଚ୍ଛେଦକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖା ଦେଇଥିଲା ।
ମିଳିଥିବା ସୂଚନା ମୁତାବକ କୌଣସି କାରଣକୁ ନେଇ ଶଶିକାନ୍ତ ନିଜ ଶୋଇବା ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ପରିବାର ଲୋକ ତାଙ୍କର ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଡାକ୍ତରଖାନା ଫାଣ୍ଡି ପକ୍ଷରୁ ଶିଳ୍ପାଞ୍ଚଳ ଥାନାକୁ ଖବର ଦେଇଥିଲେ ହେଁ ରାତିରେ ଶବ ବ୍ୟବଚ୍ଛେଦ ହୋଇ ନ ପାରିବାରୁ ବହୁ ଆଇନଜୀବୀ ସେଠାରେ ପହଞ୍ôଚ ବହୁ ଚେଷ୍ଟା କରିଥିଲେ ହେଁ ଶବ ବ୍ୟବଚ୍ଛେଦ ନ ହେବାରୁ ଫାଣ୍ଡି କର୍ମଚାରୀଙ୍କୁ ଗାଳି ଗୁଲଜ କରିବା ସହ ହୋ ହଲ୍ଲା କରିଥିବା ଦେଖିବାକୁ ମିଳିଥିଲା ।