ଆଣ୍ଡାମାନ ଦ୍ୱୀପରେ ଭୂମିକମ୍ପ ଝଟ୍କା
- ରିକ୍ଟର ସ୍କେଲ୍ରେ ତୀବ୍ରତା ୪.୨ ରେକର୍ଡ
ଆଣ୍ଡାମାନ : ଆଣ୍ଡାମାନ ଦୀପ ଅଞ୍ଚଳରେ ଭୂକମ୍ପ ଝଟ୍କା ଅନୁଭୂତ । ସୋମବାର ରାତି ୧ଟା ୪୪ ମିନିଟ୍ ସମୟରେ ଏହି ଭୂକମ୍ପ ଝଟ୍କା ଅନୁଭୂତ ହେଇଛି । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୨ ରହିଥିବା ଜଣାପଡ଼ିଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏନେଇ ସୂଚନା ଦେଇଛି ।
An earthquake of magnitude 4.2 on the Richter scale hit Andaman Islands Region at 1.44 am today: National Centre for Seismology pic.twitter.com/Sz6rn9PGXM
— ANI (@ANI) July 12, 2021
ସୂଚନା ଯେ, ଗତ ଜୁଲାଇ ୭ ତାରିଖରେ ଆସାମର ଗୋଲପାରାଠାରେ ବୁଧବାର ସକାଳ ୮.୪୫ ରେ ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ବା ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହାର ତୀବ୍ରତାକୁ ରିକ୍ଟର ସ୍କେଲରେ ୫.୩ ଦେଇଛି। ମେଘାଳୟ ଏବଂ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି। ବୁଧବାର ସକାଳ ପ୍ରାୟ ୮.୪୫ରେ ମେଘାଳୟରେ ୫.୨ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଘଟିଥିଲା। ଦାର୍ଜିଲିଂ ଏବଂ କୁଚ ବିହାରା ସମେତ ଉତ୍ତର ବଙ୍ଗର କିଛି ଅଂଶରେ କମ୍ପନ ଅନୁଭୂତ ହୋଇଥିଲା।